ଭୁବନେଶ୍ବର: ଘରୋଇ ଦଳ ଓଡ଼ିଶା ଏଫ୍ସିକୁ ୩-୨ ଗୋଲ୍ରେ ହରାଇ ଇଷ୍ଟ୍ ବେଙ୍ଗଲ ଏଫ୍ସି କଳିଙ୍ଗ ସୁପର କପ୍ ବିଜେତା ହୋଇଛି। ରବିବାର ସନ୍ଧ୍ୟାରେ ଖେଳାଯାଇଥିବା ଫାଇନାଲ୍ ମ୍ୟାଚ୍ରେ ୩୯ ମିନିଟ୍ରେ ଡିଏଗୋ ମୌରିସିଓ ଘରୋଇ ଦଳକୁ ପ୍ରାରମ୍ଭିକ ଅଗ୍ରଣୀ ଦେଇଥିଲେ। କିନ୍ତୁ ୫୧ ମିନିଟ୍ରେ ନନ୍ଦା କୁମାର ଓ ୬୨ ମିନିଟ୍ରେ ସାଉଲ କ୍ରେସ୍ପୋ ପ୍ରିଏଟୋ ଦୁଇଟି ଗୋଲ୍ ଦେଇ ଇଷ୍ଟ ବେଙ୍ଗଲକୁ ଆଗୁଆ ରଖିଥିଲେ। ତେବେ ଇନ୍ଜ୍ୟୁରି ସମୟରେ ଅହମଦ ଜାହୋ ଗୋଲ୍ ଦେଇ ମ୍ୟାଚ୍କୁ ବରାବର କରିଥିଲେ। ନିର୍ଦ୍ଧାରିତ ସମୟ ମଧ୍ୟରେ ଫଳାଫଳ ଆସିନଥିବାରୁ ଅତିରିକ୍ତ ସମୟରେ ମ୍ୟାଚ୍ ଫଏସଲା ହୋଇଥିଲା। ୧୧୦ ମିନିଟ୍ରେ ଓଲିଭିରା ସିଲ୍ଭା ବିଜୟୀ ଗୋଲ୍ ଦେଇଥିଲେ। ମ୍ୟାଚ୍ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟ ଦଳର ଖେଳାଳିଙ୍କ ସହିତ ପରିଚିତ ହେବା ସହିତ ଦର୍ଶକମାନଙ୍କୁ କୃତଜ୍ଞତା ଜଣାଇଥିଲେ।
ଇଷ୍ଟ୍ ବେଙ୍ଗଲ୍ ଜିତିଲା କଳିଙ୍ଗ ସୁପର କପ୍
/sambad/media/post_attachments/wp-content/uploads/2024/01/fhsffhhffh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)