ଭୁବନେଶ୍ବର : ଉତ୍କଳ କରାଟେ ସ୍କୁଲ୍ ପରିସରରେ ଶୁକ୍ରବାରଠାରୁ ଦ୍ବିତୀୟ ପୂର୍ବ ଭାରତ କରାଟେ ପ୍ରତିଯୋଗିତା ଆରମ୍ଭ ହୋଇଛି। ପୂର୍ବ ଭାରତ ସଂଘ ସଭାପତି ପ୍ରେମଜିତ ସେନ୍ ଓ ପଙ୍କଜ କାମଲି ଏହାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଏହି ପ୍ରତିଯୋଗିତାକୁ ଓଡ଼ିଶା କରାଟେ ସଂଘ ସମ୍ପାଦକ ଗୌରୀ ମହାନ୍ତି ଓ ପୂର୍ବାଞ୍ଚଳ ବୈଷୟିକ ନିର୍ଦେଶକ ହରି ପ୍ରସାଦ ପଟ୍ଟନାୟକ ଏହାକୁ ପରିଚାଳନା କରୁଛନ୍ତି। ବିଭିନ୍ନ ବର୍ଗରେ ପ୍ରଥମ ଦୁଇ ସ୍ଥାନରେ ରହିଥିବା ଖେଳାଳି ଆସନ୍ତା ଅନ୍ତଃଜୋନ୍ ପ୍ରତିଯୋଗିତାରେ ପ୍ରତିନିଧିତ୍ବ କରିବା ସୁଯୋଗ ପାଇବେ। ପ୍ରଥମ ଦିବସରେ ଉର୍ଜା ସାମନ୍ତ, ଶ୍ରେୟାଂଶୁ ସିହାଲ ଦୁଇଟି ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଥିବା ବେଳେ ଅର୍ଣ୍ଣଦିତ୍ୟା ସ୍ବାଇଁ, କୈଭବ ପଟ୍ଟନାୟକ, ସୌଭାଗ୍ୟ ମଣ୍ଡଳ, ଆଲିସା ଚୌହା, ଶିଳ୍ପା ସର୍ଦାର ଗୋଟିଏ ଲେଖାଏଁ ସ୍ବର୍ଣ୍ଣ ପଦକ ଜିତିଥିଲେ। ପ୍ରତ୍ୟାଂଶୁ ପରିଡ଼ା ଦୁଇଟି ପଦକ (ଗୋଟିଏ ଲେଖାଏଁ ସ୍ବର୍ଣ୍ଣ ଓ କାଂସ୍ୟ) ପଦକ ଜିତିଥିଲେ।
ପୂର୍ବ ଭାରତ କରାଟେ ପ୍ରତିଯୋଗିତା ଉଦ୍ଘାଟିତ
/sambad/media/post_attachments/wp-content/uploads/2022/05/8-Karate.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)