ଭୁବନେଶ୍ୱର: ଚତୁର୍ଥ ଥର ପାଇଁ ଓଡ଼ିଶାରେ ଆୟୋଜିତ ପୂର୍ବାଞ୍ଚଳ ଆକାଉଣ୍ଟ ଆଣ୍ଡ୍ ଅଡିଟ୍ କ୍ରିକେଟ୍ ପ୍ରତିଯୋଗିତାର ବୁଧବାର ଫାଇନାଲ୍ରେ ଓଡ଼ିଶା ଓ ଗତଥରର ପୂର୍ବାଞ୍ଚଳ ବିଜେତା ପଶ୍ଚିମବଙ୍ଗ ମୁହାଁମୁହିଁ ହେବେ। ମଙ୍ଗଳବାର କିଟ୍ ପଡ଼ିଆରେ ଖେଳାଯାଇଥିବା ସେମିଫାଇନାଲ୍ରେ ଓଡ଼ିଶା ୩ ଓ୍ଵିକେଟ୍ରେ ଆସାମକୁ ପରାସ୍ତ କରି ଫାଇନାଲ୍ ସ୍ଥାନ ପକ୍କା କରିଥିଲା। ପ୍ରଥମେ ବ୍ୟାଟିଂ କରିଥିବା ଆସାମ ନିର୍ଧାରିତ ୪୦ ଓଭରରେ ୨୨୫ ରନ୍ କରିଥିଲା। ସୁଜୟ ତରଫଦାର (୫୩) ଏବଂ ଶୁଭ୍ରଜିତ ସାହୁ (୫୦) ଅର୍ଧଶତକ ହାସଲ କରିଥିଲେ। ଓଡ଼ିଶା ପକ୍ଷରୁ ବସନ୍ତ ମହାନ୍ତି ଓ ବିପ୍ଲବ ସାମନ୍ତରାୟ ୩ ଲେଖାଏଁ ଓ୍ଵିକେଟ୍ ନେଇଥିଲେ। ଜବାବରେ ଓଡ଼ିଶା ୭ ଓ୍ଵିକେଟ୍ ହରାଇ ମ୍ୟାଚ୍ ଜିତି ନେଇଥିଲା। ପାୟସ ରଞ୍ଜନ ସିହ୍ନା (୬୫) ଅର୍ଧଶତକ ହାସଲ କରିଥିଲା ବେଳେ ବିପ୍ଲବ ସାମନ୍ତରାୟ (୨୮ ବଲ୍ରୁ ଦ୍ରୁତ ୪୬ ରନ୍) ଏବଂ ସୌଭାଗ୍ୟ ମହାନ୍ତି (ଅପରାଜିତ ୨୦ ରନ୍) ଉପଯୋଗୀ ପାଳି ଖେଳି ଦଳକୁ ବିଜୟ ଦେଇଥିଲେ। ସୁଜୟ ତରଫଦାର ୨ ଓ୍ଵିକେଟ୍ ନେଇଥିଲେ।
ଇଡ୍କୋ ପଡ଼ିଆରେ ଖେଳାଯାଇଥିବା ଅନ୍ୟ ଏକ ସେମିଫାଇନାଲ୍ରେ ପଶ୍ଚିମବଙ୍ଗ ୯ ଓ୍ଵିକେଟ୍ରେ ବିହାରକୁ ହରାଇଛି। ପ୍ରଥମେ ବ୍ୟାଟିଂ କରିଥିବା ବିହାର ୨୯.୨ ଓଭରରେ ମାତ୍ର ୯୪ ରନ୍ କରିଥିଲା। ଅଶ୍ୱିନ କୁମାର ୨୫ ଏବଂ ସଚିନ ପ୍ରସାଦ ୨୨ ରନ୍ କରିଥିଲେ। ଦିଓ୍ଵାନ୍ ରହେମାନ ୨ ଓ୍ଵିକେଟ୍ ନେଇଥିଲେ। ଜବାବରେ ପଶ୍ଚିମବଙ୍ଗ ମାତ୍ର ୮.୨ ଓଭରରେ ଗୋଟିଏ ଓ୍ଵିକେଟ୍ ହରାଇ ମ୍ୟାଚ୍ ଜିତି ନେଇଥିଲା। ଗୀତମୟ ବସୁ ୬୫ (୫ ଛକା, ୮ ଚୌକା) ରନ୍ କରିଥିଲେ।
ପୂର୍ବାଞ୍ଚଳ ଆକାଉଣ୍ଟ୍ ଆଣ୍ଡ୍ ଅଡିଟ୍ କ୍ରିକେଟ୍:ଓଡ଼ିଶା-ପଶ୍ଚିମବଙ୍ଗ ଫାଇନାଲ୍
/sambad/media/post_attachments/wp-content/uploads/2018/01/cricket-1-5.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)