ପୂର୍ବାଞ୍ଚଳ ସୁନ୍ଦର ସ୍ୱାସ୍ଥ୍ୟ ଉଦ୍‌ଯାପିତ: ଋଷିକାନ୍ତ ମିଷ୍ଟର୍‌ ଇଷ୍ଟର୍ନ ଇଣ୍ଡିଆ

ରଶ୍ମିରଂଜନ, ଛୁଟ୍‌କୁ, ଅଭିଜିତ ଶ୍ରେଷ୍ଠ

ଭୁବନେଶ୍ୱର: ଓଡ଼ିଶା ଏବଂ ପୂର୍ବାଞ୍ଚଳ ସୁନ୍ଦର ସ୍ୱାସ୍ଥ୍ୟ ସଂଘ ଆନୁକୂଲ୍ୟରେ ପୂର୍ବାଞ୍ଚଳ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ସ୍ଥାନୀୟ କରାଟେ ସ୍କୁଲ ପରିସରରେ ସୋମବାର ଉଦ୍‌ଯାପିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ୬ ରାଜ୍ୟର ୧୧୦ ପ୍ର୍ରତିଯୋଗୀ ଅଂଶଗ୍ରହଣ କରିଥିଲା ବେଳେ ୪୫ରୁ ୯୦ କିଲୋଗ୍ରାମ୍‌ରୁ ଅଧିକ ଓଜନ ବର୍ଗରେ ମୋଟ ୯ ବର୍ଗରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ମଣିପୁରର ଋଷିକାନ୍ତ ସିଂହ ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ଚାମ୍ପିଅନ୍‌ ଅଫ୍‌ ଚମ୍ପିଅନ୍ସ ହୋଇ ‘ମିଷ୍ଟର ଇଷ୍ଟର୍ନ ଇଣ୍ଡିଆ’ ଉପାଧୀ ପାଇଥିଲେ। ୮୦ କେଜି ଓଜନ ବର୍ଗରେ ଓଡ଼ିଶାର ରଶ୍ମିରଂଜନ ସାହୁ ଓ ବିକାଶ କୁମାର ସାହୁ ଯଥାକ୍ରମେ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ଜିତିଥିଲା ବେଳେ ମଣିପୁରର ପ୍ରେମ ରାକେଶ ସିଂହ କାଂସ୍ୟ ପାଇଥିଲେ। ୮୫ କେଜି ବର୍ଗରେ ଋଷିକାନ୍ତ ସିଂହ ସ୍ୱର୍ଣ୍ଣ, ଓଡ଼ିଶାର ସୁପ୍ରତିଭ ଖୁଣ୍ଟିଆ ରୌପ୍ୟ ଏବଂ ମେଘାଳୟର ସନ୍ତୋଷ ରାମ କାଂସ୍ୟ ପାଇଥିଲେ। ୯୦ କେଜି ବର୍ଗରେ ଓଡ଼ିଶାର ଛୁଟ୍‌କୁ ଦତ୍ତ, ସତ୍ୟଜିତ ପ୍ରତିହାରୀ ଏବଂ ସୁଜିତ ଜେନା ଯଥାକ୍ରମେ ପ୍ରଥମରୁ ତୃତୀୟ ସ୍ଥାନରେ ରହିଥିଲେ। ସେହିଭଳି ଫିଟ୍‌ନେସ୍‌ ପ୍ରତିଯୋଗିତାରେ ଓଡ଼ିଶାର ଅଭିଜିତ ଦାସ, ପୁପୁନ ସ୍ୱାଇଁ ଏବଂ ଶୁଭମ ମିଶ୍ର ତିନିଟି ଯାକ ପଦକ କରାୟତ କରିଥିଲେ।
ପ୍ରତିଯୋଗିତାଟି ରାଜ୍ୟ ସୁନ୍ଦର ସ୍ୱାସ୍ଥ୍ୟ ସଂଘର ସଭାପତି ଇଂ ଚିତ୍ତରଂଜନ ସ୍ୱାଇଁ, ସାଧାରଣ ସମ୍ପାଦକ ପ୍ରସନ୍ନ ମହାସୁଆର ଓ ଯୁଗ୍ମ ସମ୍ପାଦକ ପ୍ରଫୁଲ୍ଲ ଗୁରୁଙ୍କ ଦ୍ୱାରା ପରିଚାଳିତ ହୋଇଥିଲା। ଏସୀୟ ବିଚାରକ ବାବୁଲି ସ୍ୱାଇଁ, ଭାରତୀକୃଷ୍ଣ ବ୍ରହ୍ମା, ଅଜୟ ମହାପାତ୍ର, ଊମାଚରଣ ଶତପଥୀ, ବିଜୟ ଦାସ (ଓଡ଼ିଶା), ଲୋହିତ ଦାସ (ମେଘାଳୟ), ପ୍ରଶାନ୍ତ ବୋରା (ଆସାମ), ନିର୍ମଳ ସାହା (ପଶ୍ଚିମବଙ୍ଗ) ପରିଚାଳନା କରିଥିଲେ। ଦିବାକର ପ୍ରହରାଜ, ବିବେକାନନ୍ଦ ବାରିକ, ବିନୋଦ ମହାରଣା ଏବଂ ଜିତେନ୍ଦ୍ର କୁମାର ଜେନା ପରିଚାଳନାରେ ସାହଯ୍ୟ କରିଥିଲେ। ଅତିଥି ଭାବେ ସୌମ୍ୟ ରଂଜନ ସାମଲ, ରମେଶ ପରିଡ଼ା ଏବଂ ଅମ୍ରିତା ମିଶ୍ର ଯୋଗ ଦେଇ କୃତି ପ୍ରତିଯୋଗୀମାନଙ୍କୁ ମାନପତ୍ର ଏବଂ ପୁରସ୍କାର ପ୍ରଦାନ କରିଥିଲେ। ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ହରିପ୍ରସାଦ ପଟ୍ଟନାୟକ, କାର୍ଯ୍ୟନିର୍ବାହୀ ନିର୍ଦେଶକ ବିଭିଜି ରାଓ ସମସ୍ତ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର