ଅନ୍ତଃଜୋନ୍‌ ମହିଳା କ୍ରିକେଟ୍‌ରେ ପୂର୍ବାଞ୍ଚଳର ଚତୁର୍ଥ ବିଜୟ

କଟକ: ଚେନ୍ନାଇରେ ଚାଲିଥିବା ଅନ୍ତଃଜୋନ୍‌ କନିଷ୍ଠ ମହିଳା କ୍ରିକେଟ୍‌ ଦିନିକିଆ ପ୍ରତିଯୋଗିତାରେ ପୂର୍ବାଞ୍ଚଳ ଲଗାତର ଚତୁର୍ଥ ମ୍ୟାଚ୍‌ରେ ବିଜୟୀ ହୋଇଛି। ସୋମବାର ପୂର୍ବାଞ୍ଚଳ ୧ ଓ୍ଵିକେଟ୍‌ରେ ପଶ୍ଚିମାଞ୍ଚଳକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ପଶ୍ଚିମାଞ୍ଚଳ ନିର୍ଧାରିତ ଓଭରରେ ୯ ଓ୍ଵିକେଟ ହରାଇ ୧୬୮ ରନ୍‌ ସଂଗ୍ରହ କରିଥିଲା। ଅଦିତି ଗାଏକ୍ୱାଡ୍‌ ସର୍ବାଧିକ ୪୨ ରନ୍‌ ସଂଗ୍ରହ କରିଥିଲା ବେଳେ ପୂର୍ବାଞ୍ଚଳର ଓଡ଼ିିଆ ଝିଅ ତଥା କିଟ୍‌ ପ୍ରତିଭା ଇନ୍ଦ୍ରାଣୀ ଛତ୍ରିଆ ୪ ଓ୍ଵିକେଟ୍‌ ନେଇଥିଲେ। ଶ୍ରେୟା କକ୍କର ୩ ଓ୍ଵିକେଟ୍‌ ଅକ୍ତିଆର କରିଥିଲେ। ଜବାବରେ ପୂର୍ବାଞ୍ଚଳ ଗାୟତ୍ରୀ ଗୁରୁଙ୍ଗଙ୍କ ଅର୍ଧଶତକ (୭୨) ସହାୟତାରେ ମ୍ୟାଚ୍‌କୁ ୪୮.୨ ଓଭରରେ ଜିତିପାରିଥିଲା। ଆସନ୍ତା ୨୫ ତାରିଖରେ ପୂର୍ବାଞ୍ଚଳର ଶେଷ ମ୍ୟାଚ୍‌ କେନ୍ଦ୍ରାଞ୍ଚଳ ସହିତ ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର