ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପରିଷଦ ଆନୁକୂଲ୍ୟରେ ଆୟୋଜିତ ପୂର୍ବାଞ୍ଚଳ ଅନ୍ତଃବିଶ୍ୱବିଦ୍ୟାଳୟ ମହିଳା ଫୁଟ୍ବଲ୍ ଏବଂ ପୁରୁଷ ହକିରେ ଯଥାକ୍ରମେ ଉତ୍କଳ ଏବଂ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଟ୍ରଫି ଜିତିଛନ୍ତି। ସୋମବାର ଖେଳା ଯାଇଥିବା ଫୁଟ୍ବଲ୍ର ପ୍ରଥମ ଲିଗ୍ ମ୍ୟାଚ୍ରେ ଉତ୍କଳ ୯-୦ ଗୋଲ୍ରେ ମଣିପୁର ବିଶ୍ୱବିଦ୍ୟାଳୟକୁ ଓ ରାଞ୍ଚି ବିଶ୍ୱବିଦ୍ୟାଳୟ ୫-୦ ଗୋଲ୍ରେ ବି.ଆର.ବିହାର ବିଶ୍ୱବିଦ୍ୟାଳୟକୁ ପରାସ୍ତ କରିଥିଲା। ଦ୍ୱିତୀୟ ଲିଗ୍ରେ ରାଞ୍ଚି ୧୫-୧ ଗୋଲ୍ରେ ମଣିପୁରକୁ ଏବଂ ଉତ୍କଳ ୧୪-୦ ଗୋଲ୍ରେ ବିହାରକୁ ହରାଇଥିଲା। ଲିଗ୍ ମ୍ୟାଚ୍ରୁ ଉତ୍କଳ ଏବଂ ରାଞ୍ଚି ୭ ପଏଣ୍ଟ ଲେଖଏଁ ପାଇ ପ୍ରଥମ ଦୁଇ ସ୍ଥାନରେ ରହିଥିଲେ। କିନ୍ତୁ ଗୋଲ୍ ବ୍ୟବଧାନରେ ଉତ୍କଳ ବିଶ୍ୱବିଦ୍ୟାଳୟ ଶୀର୍ଷରେ ରହି ବିଜେତା ହୋଇଥିଲା। ହକିରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ (୭ ପଏଣ୍ଟ୍) ପ୍ରଥମ, କାଶୀ ବିଶ୍ୱବିଦ୍ୟାଳୟ (୫ ପଏଣ୍ଟ୍) ଦ୍ୱିିତୀୟ, ଭିବିଏସ ପୂର୍ବାଞ୍ଚଳ ୩ ପଏଣ୍ଟ୍ ତୃତୀୟ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟ (୧ ପଏଣ୍ଟ୍) ଚତୁର୍ଥ ସ୍ଥାନରେ ରହିଥିଲେ। ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ ଏବଂ କ୍ରୀଡ଼ା ଓ ଯୁବ ସେବା ବିଭାଗ ସଚିବ ବିଶାଲ ଦେବ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉତ୍କଳ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପରିଷଦର ନିର୍ଦେଶକ ପ୍ରଫେସର କବୀର ମୋହନ ସେଠୀ ଏବଂ ପ୍ରଫେସର ଜୟନ୍ତ କୁମାର ପରିଡ଼ା ଉପସ୍ଥିତ ଥିଲେ।
ପୂର୍ବାଞ୍ଚଳ ଅନ୍ତଃବିଶ୍ୱବିଦ୍ୟାଳୟ କ୍ରୀଡ଼ା:ଫୁଟ୍ବଲ୍ରେ ଉତ୍କଳ, ହକିରେ ସମ୍ବଲପୁର ବିଜେତା
/sambad/media/post_attachments/wp-content/uploads/2017/10/football-6.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)