ପୂର୍ବାଞ୍ଚଳ ଅନ୍ତଃବିଶ୍ୱବିଦ୍ୟାଳୟ କ୍ରୀଡ଼ା:ଫୁଟ୍‌ବଲ୍‌ରେ ଉତ୍କଳ, ହକିରେ ସମ୍ବଲପୁର ବିଜେତା

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପରିଷଦ ଆନୁକୂଲ୍ୟରେ ଆୟୋଜିତ ପୂର୍ବାଞ୍ଚଳ ଅନ୍ତଃବିଶ୍ୱବିଦ୍ୟାଳୟ ମହିଳା ଫୁଟ୍‌ବଲ୍‌ ଏବଂ ପୁରୁଷ ହକିରେ ଯଥାକ୍ରମେ ଉତ୍କଳ ଏବଂ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଟ୍ରଫି ଜିତିଛନ୍ତି। ସୋମବାର ଖେଳା ଯାଇଥିବା ଫୁଟ୍‌ବଲ୍‌ର ପ୍ରଥମ ଲିଗ୍‌ ମ୍ୟାଚ୍‌ରେ ଉତ୍କଳ ୯-୦ ଗୋଲ୍‌ରେ ମଣିପୁର ବିଶ୍ୱବିଦ୍ୟାଳୟକୁ ଓ ରାଞ୍ଚି ବିଶ୍ୱବିଦ୍ୟାଳୟ ୫-୦ ଗୋଲ୍‌ରେ ବି.ଆର.ବିହାର ବିଶ୍ୱବିଦ୍ୟାଳୟକୁ ପରାସ୍ତ କରିଥିଲା। ଦ୍ୱିତୀୟ ଲିଗ୍‌ରେ ରାଞ୍ଚି ୧୫-୧ ଗୋଲ୍‌ରେ ମଣିପୁରକୁ ଏବଂ ଉତ୍କଳ ୧୪-୦ ଗୋଲ୍‌ରେ ବିହାରକୁ ହରାଇଥିଲା। ଲିଗ୍‌ ମ୍ୟାଚ୍‌ରୁ ଉତ୍କଳ ଏବଂ ରାଞ୍ଚି ୭ ପଏଣ୍ଟ ଲେଖଏଁ ପାଇ ପ୍ରଥମ ଦୁଇ ସ୍ଥାନରେ ରହିଥିଲେ। କିନ୍ତୁ ଗୋଲ୍‌ ବ୍ୟବଧାନରେ ଉତ୍କଳ ବିଶ୍ୱବିଦ୍ୟାଳୟ ଶୀର୍ଷରେ ରହି ବିଜେତା ହୋଇଥିଲା। ହକିରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ (୭ ପଏଣ୍ଟ୍‌) ପ୍ରଥମ, କାଶୀ ବିଶ୍ୱବିଦ୍ୟାଳୟ (୫ ପଏଣ୍ଟ୍‌) ଦ୍ୱିିତୀୟ, ଭିବିଏସ ପୂର୍ବାଞ୍ଚଳ ୩ ପଏଣ୍ଟ୍‌ ତୃତୀୟ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟ (୧ ପଏଣ୍ଟ୍‌) ଚତୁର୍ଥ ସ୍ଥାନରେ ରହିଥିଲେ। ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ ଏବଂ କ୍ରୀଡ଼ା ଓ ଯୁବ ସେବା ବିଭାଗ ସଚିବ ବିଶାଲ ଦେବ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉତ୍କଳ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପରିଷଦର ନିର୍ଦେଶକ ପ୍ରଫେସର କବୀର ମୋହନ ସେଠୀ ଏବଂ ପ୍ରଫେସର ଜୟନ୍ତ କୁମାର ପରିଡ଼ା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର