ଭୁବନେଶ୍ୱର: ବିହାରର ବେଗୁସରାଇଠାରେ ସନ୍ତୋଷ ଟ୍ରଫି ପାଇଁ ଆରମ୍ଭ ହୋଇଥିବା ୭୨ତମ ଜାତୀୟ ଫୁଟ୍ବଲ୍ ପ୍ରତିଯୋଗିତାର ପୂର୍ବାଞ୍ଚଳ ଯୋଗ୍ୟତା ପର୍ଯ୍ୟାୟର ପ୍ରଥମ ମ୍ୟାଚ୍ରେ ଓଡ଼ିଶା ୨-୦ ଗୋଲ୍ରେ ସିକିମ୍କୁ ପରାସ୍ତ କରି ଅଭିଯାନ ଆରମ୍ଭ କରିଛି। ଉଭୟାର୍ଧରେ ଓଡ଼ିଶା ଗୋଟିଏ ଲେଖାଏଁ ଗୋଲ୍ ଦେଇ ବିଜୟୀ ହୋଇଥିଲା। ଓଡ଼ିଶା ପାଇଁ ଭାଗଗ୍ରାହୀ ପଢ଼ିଆରୀ ଏବଂ ଅର୍ଜୁନ ନାଏକ ଯଥାକ୍ରମେ ୩୭ ଓ ୮୬ ମିନିଟ୍ରେ ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ।
ପୂର୍ବାଞ୍ଚଳ ସନ୍ତୋଷ ଟ୍ରଫି: ଓଡ଼ିଶା ୨-୦ରେ ସିକିମ୍କୁ ହରାଇଲା
/sambad/media/post_attachments/wp-content/uploads/2018/01/13-Santosh-Trophy-ODISHA-1.jpg)