ପୂର୍ବାଞ୍ଚଳ ବାସ୍କେଟ୍‌ବଲ: ଓଡ଼ିଶା ମହିଳା ଉପବିଜେତା, ଉତ୍ତରପ୍ରଦେଶକୁ ଦ୍ବିମୁକୁଟ

କଟକ: ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମୟରେ ଅନୁଷ୍ଠିତ ପୂର୍ବାଞ୍ଚଳ ବାସ୍କେଟ୍‌ବଲ ପ୍ରତିଯୋଗିତାରେ ଉତ୍ତରପ୍ରଦେଶ ଉଭୟ ପୁରୁଷ ଓ ମହିଳା ବିଭାଗରେ ବିଜେତା ହୋଇଛି। ପୁରୁଷ ଫାଇନାଲରେ ଉତ୍ତରପ୍ରଦେଶ ୮୦-୬୬ରେ ଉତ୍ତରାଖଣ୍ତକୁ ହରାଇଥିଲା। ପଶ୍ଚିମବଙ୍ଗ ତୃତୀୟ ସ୍ଥାନରେ ରହିଥିଲା। ମହିଳା ବିଭାଗରେ ଉତ୍ତରପ୍ରଦେଶ ୭୦-୬୧ରେ ଓଡ଼ିଶାକୁ ପରାସ୍ତ କରି ବିଜେତା ହୋଇଥିଲା। ପୁରୁଷ ଦଳ ପରି ଏଥିରେ ମଧ୍ୟ ପଶ୍ଚିମବଙ୍ଗ ମହିଳା ତୃତୀୟରେ ରହି ଅଭିଯାନ ଶେଷ କରିଥିଲା। ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ଓଡ଼ିଶା ଦୌଡ଼କୁଦ ସ˚ଘ ସମ୍ପାଦକ ଆଶୀର୍ବାଦ ବେହେରା ମୁଖ୍ୟ ଅତିଥି, ଓଡ଼ିଶା କ୍ରିକେଟ୍‌ ସ˚ଘ ସଭାପତି ପଙ୍କଜ ଲୋଚନ ମହାନ୍ତି, ଓଡ଼ିଶା ଅଲିମ୍ପିକ ସ˚ଘ ସମ୍ପାଦକ ଅଭିଜିତ ପାଲ୍‌, ସମାଜସେବୀ ଶାସ୍ତ୍ରୀ ବାହାଦୁର ପ୍ରଧାନ ଯୋଗଦେଇ ଟ୍ରଫି ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର