କଟକ: ଭାରତୀୟ ବାସ୍କେଟ୍ବଲ୍ ମହାସ˚ଘ ଓ ଓଡ଼ିଶା ବାସ୍କେଟ୍ବଲ୍ ସ˚ଘ ମିଳିତ ଆନୁକୂଲ୍ୟରେ ଜବାହାରଲାଲ ନେହେରୁ ଇଣ୍ତୋର ଷ୍ଟାଡିୟମରେ ପୂର୍ବାଞ୍ଚଳ ବାସ୍କେଟ୍ବଲ୍ ପ୍ରତିଯୋଗିତା ଆରମ୍ଭ ହୋଇଛି। ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାକୁ ଉଦ୍ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା କ୍ରିକେଟ୍ ସ˚ଘ ସମ୍ପାଦକ ସ˚ଜୟ ବେହେରା, ପୋଷ୍ଟାଲ ନିର୍ଦ୍ଦେଶକ ଆଦିତ୍ୟ କୁମାର ନାୟକ, ଓଡ଼ିଶା ବାସ୍କେଟ୍ବଲ୍ ସ˚ଘ ସମ୍ପାଦକ ଅଶୋକ ସାହୁ ଏବ˚ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଏହି ଅବସରରେ ଉପସ୍ଥିତ ଥିଲେ। ଉଦ୍ଘାଟନୀ ମ୍ୟାଚରେ ପଶ୍ଚିମବଙ୍ଗ ପୁରୁଷ ଦଳ ୮୧-୭୯ରେ ଓଡ଼ିଶାକୁ ପରାସ୍ତ କରିଛି। ଏହାବ୍ୟତୀତ ଅନ୍ୟ ପୁରୁଷ ବର୍ଗରେ ଉତ୍ତରାଖଣ୍ତ ୯୮-୬୦ରେ ଝାଡ଼ଖଣ୍ତକୁ, ଉତ୍ତରପ୍ରଦେଶ ୭୨-୬୧ରେ ବିହାରକୁ ହରାଇଛନ୍ତି। ମହିଳା ବର୍ଗରେ ପଶ୍ଚିମବଙ୍ଗ ୭୦-୫୦ରେ ଉତ୍ତରାଖଣ୍ତକୁ ହରାଇଛି।
ପୂର୍ବାଞ୍ଚଳ ବାସ୍କେଟ୍ବଲ୍ ପ୍ରତିଯୋଗିତା ଆରମ୍ଭ: ଉଦ୍ଘାଟନୀ ମ୍ୟାଚ୍ରେ ଓଡ଼ିଶା ପରାସ୍ତ
/sambad/media/post_attachments/wp-content/uploads/2021/12/5d4h654d654h65fhfhhfhfhsfh.jpg)