ଭୁବନେଶ୍ବର : ଭାରତୀୟ ଦୃଷ୍ଟିହୀନ ଫୁଟ୍ବଲ୍ ମହାସଂଘ ଦ୍ବାରା ଜାମସେଦପୁରଠାରେ ଆୟୋଜିତ ପୂର୍ବାଞ୍ଚଳ ପ୍ରତିଯୋଗିତାରେ ଓଡ଼ିଶା ପୁରୁଷ ଓ ମହିଳା ଦଳ ବିଜେତା ହୋଇଛନ୍ତି। ମହିଳା ଫାଇନାଲ୍ରେ ଓଡ଼ିଶା ୧-୦ ଗୋଲ୍ରେ ପଶ୍ଚିମବଙ୍ଗକୁ ପରାସ୍ତ କରିଥିଲା। ଏକମାତ୍ର ଗୋଲ୍ କରିଥିବା ଓଡ଼ିଶାର ପଦ୍ମିନୀ ଟୁଡ଼ୁ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ସହ ଟପ୍ ସ୍କୋରର୍ ହୋଇଥିଲା ବେଳେ, ସ୍ମୃତିରେଖା ପ୍ରଧାନ ଶ୍ରେଷ୍ଠ ଡିଫେଣ୍ଡର, ରାଣୀ ବାଜି ଶ୍ରେଷ୍ଠ ଗୋଲ୍ରକ୍ଷକ ପୁରସ୍କାର ପାଇଥିଲେ।
/sambad/media/post_attachments/wp-content/uploads/2023/02/2-12-750x430.jpg)
ପୁରୁଷରେ ଓଡ଼ିଶା ୧-୦ (୦-୦) ସୁଟ୍ଆଉଟ୍ରେ ପଶ୍ଚିମବଙ୍ଗକୁ ହରାଇଥିଲା। ଓଡ଼ିଶାର ସମର ଟପ୍ ସ୍କୋରର୍ ହୋଇଥିଲା ବେଳେ ଆକାଶ ପୋଡ଼ିଆମି ଶ୍ରେଷ୍ଠ ଗୋଲ୍ରକ୍ଷକ ପୁରସ୍କାର ପାଇଥିଲେ। ୨୦୧୭ ଓ ୨୦୨୧ ମସିହାରୁ ଯଥାକ୍ରମେ ପୁରୁଷ ଓ ମହିଳା ଦୃଷ୍ଟିହୀନ ଫୁଟ୍ବଲ୍ ଖେଳକୁ ଏନ୍ସିବି ଓଡ଼ିଶା ଏବଂ ଆଇଆଇଇସି ଦ୍ବାରା ପ୍ରୋତ୍ସାହିତ କରାଯାଉଛି। ଓଡ଼ିଶାର ୩ ଜଣ ଖେଳାଳି ସମର ନନ୍ଦିବାଡ଼ି, ଆଶିଷ କୁମାର ସାହୁ ଓ ଦୀପକ କୁମାର ସିଂହ ଜାତୀୟ ଦଳରେ ସ୍ଥାନ ପାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/1-13.jpg)