ପୂର୍ବାଞ୍ଚଳ ଅନ୍ତଃବିଶ୍ବବିଦ୍ୟାଳୟ କ୍ରିକେଟ୍‌, କିଟ୍‌ର ପ୍ରଥମ ବିଜୟ

ଭୁବନେଶ୍ବର: କିଟ୍‌ ଓ ରେଭେନ୍‌ସା ବିଶ୍ବବିଦ୍ୟାଳୟ ପଡ଼ିଆରେ ଚାଲିଥିବା ପୂର୍ବାଞ୍ଚଳ ଅନ୍ତଃବିଶ୍ବବିଦ୍ୟାଳୟ କ୍ରିକେଟ୍‌ ପ୍ରତିଯୋଗିତାରେ କିଟ୍‌ ପ୍ରଥମ ବିଜୟ ପାଇଛି। ଗୁରୁବାର କିଟ୍‌ ଷ୍ଟାଡିୟମରେ ଘରୋଇ ଦଳ ୫ ୱିକେଟ୍‌ରେ ସିଲଂର ନର୍ଥ ଇଷ୍ଟର୍ନ ହିଲ୍‌ ବିଶ୍ବବିଦ୍ୟାଳୟକୁ ହରାଇଥିଲା। ଏହି ଷ୍ଟାଡିୟମରେ ଖେଳାଯାଇଥିବା ଅନ୍ୟ ଏକ ମ୍ୟାଚ୍‌ରେ କୋଲ୍‌କାତାର କାଲକାଟା ବିଶ୍ବବିଦ୍ୟାଳୟ ୪୯ ରନ୍‌ରେ ‌ବୋଧ ଗୟାର ମଗଧ ବିଶ୍ବବିଦ୍ୟାଳୟକୁ ମାତ୍‌ ଦେଇଥିଲା। ରେଭେନ୍‌ସାରେ ଚାଇବସାର କୋହ୍ଲାନ ବିଶ୍ବବିଦ୍ୟାଳୟ ୬ ୱିକେଟ୍‌ରେ ରାଞ୍ଚିର ରାଞ୍ଚି ବିଶ୍ବବିଦ୍ୟାଳୟକୁ ପରାସ୍ତ କରିଥିଲା।

ସମ୍ବନ୍ଧିତ ଖବର