ଭୁବନେଶ୍ବର: ପୂର୍ବାଞ୍ଚଳ ଅନ୍ତଃବିଶ୍ବବିଦ୍ୟାଳୟ (ପୁରୁଷ) କ୍ରିକେଟ୍‌ ପ୍ରତିଯୋଗିତା କିଟ୍‌ଠାରେ ରବିବାର ଉଦ୍‌ଘାଟିତ ହୋଇଯାଇଛି। ୫୩ ବିଶ୍ବବିଦ୍ୟାଳୟକୁ ନେଇ ଆୟୋଜିତ ଏହି ପ୍ରତିଯୋଗିତା କିଟ୍‌ ସହ କଟକସ୍ଥିତ ରେଭେନ୍‌ସା ପଡ଼ିଆରେ ଆୟୋଜିତ ହେଉଛି। ପ୍ରଥମ ଦିନ ଖେଳାଯାଇଥିବା ୩ଟି ମ୍ୟାଚ୍‌ରୁ କିଟ୍‌ରେ ୨ଟି ଓ ରେଭେନ୍‌ସାରେ ଗୋଟିଏ ଖେଳାଯାଇଥିଲା। କିଟ୍‌ରେ କୋଲ୍‌କାତାର ଯାଦବପୁର ବିଶ୍ବବିଦ୍ୟାଳୟ ୧୪ ରନ୍‌ରେ ପାଟ୍‌ନା ବିଶ୍ବବିଦ୍ୟାଳୟକୁ ଏବଂ ଭୁବନେଶ୍ବରର ଓୟୁଏଟି ବିଶ୍ବବିଦ୍ୟାଳୟ ୮ ୱିକେଟ୍‌ରେ ଅନ୍ୟତମ ଭୁବନେଶ୍ବର ଦଳ ବିର୍ଲା ଗ୍ଲୋବାଲ ବିଶ୍ବବିଦ୍ୟାଳୟକୁ ହରାଇଥିଲା। ରେଭେନ୍‌ସାରେ ରାଞ୍ଚି ବିଶ୍ବବିଦ୍ୟାଳୟ ୧୦ ୱିକେଟ୍‌ରେ କୋଲ୍‌କାତାର ୟୁନିଭରସିଟି ଅଫ୍‌ ଇଞ୍ଜିନିୟରିଂ ଓ ମାନେଜମେଣ୍ଟ୍‌କୁ ପରାସ୍ତ କରିଥିଲା। ରବିବାର ଉଦ୍‌ଘାଟନୀ ଉତ୍ସବରେ ଅତିଥି ଭାବେ କିଟ୍‌ ଓ କିସ୍‌ର କ୍ରୀଡ଼ା ଡିଜି ଗଗନେନ୍ଦୁ ଦାଶ, ଯୁଗ୍ମ ନିର୍ଦେଶକ ରଶ୍ମିତା ମହାନ୍ତି ଯୋଗ ଦେଇଥିଲେ।