ବାଲେଶ୍ବର: ଫକୀରମୋହନ ବିଶ୍ବବିଦ୍ୟାଳୟ ପରିସରରେ ଜାନୁଆରି ୩ ତାରିଖରୁ ଆରମ୍ଭ ହୋଇଥିବା ପୂର୍ବାଞ୍ଚଳ ଅନ୍ତଃବିଶ୍ବବିଦ୍ୟାଳୟ ପୁରୁଷ ଖୋଖୋ ପ୍ରତିଯୋଗିତା ଗୁରୁବାର ଉଦ୍ଯାପିତ ହୋଇଯାଇଛି। ଚୂଡ଼ାନ୍ତ ପର୍ଯ୍ୟାୟ ଖେଳରେ ଉତ୍କଳ ବିଶ୍ବବିଦ୍ୟାଳୟ, କିଟ୍, ଫକୀରମୋହନ ବିଶ୍ବବିଦ୍ୟାଳୟ ଓ ବୀରବାହାଦୂର ସିଂ ପୂର୍ବାଞ୍ଚଳ ବିଶ୍ବବିଦ୍ୟାଳୟ ଯଥାକ୍ରମେ ପ୍ରଥମରୁ ଚତୁର୍ଥ ସ୍ଥାନ ଅଧିକାର କରିବା ସହିତ ଜାତୀୟ ଅନ୍ତଃବିଶ୍ବବିଦ୍ୟାଳୟ ଖୋଖୋ ପ୍ରତିଯୋଗିତାରେ ଭାଗ ନେବାକୁ ମନୋନୀତ ହୋଇଛନ୍ତି।
ଉଦ୍ଯାପନୀ ଉତ୍ସବରେ ଫକୀରମୋହନ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜେତା ଦଳଙ୍କୁ ଅଭିନନ୍ଦନ ଜଣାଇବା ସହିତ ଜାତୀୟ ପ୍ରତିଯୋଗିତା ନିମନ୍ତେ ଶୁଭକାମନା ଜଣାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ମୁନେଶ ଚନ୍ଦ୍ର ଅଧିକାରୀ, କୁଳସଚିବ ଦାୟିତ୍ବରେ ଥିବା ବିତ୍ତ ଅଧିକାରୀ ମାନସ ରଞ୍ଜନ ପାତ୍ର, କ୍ରୀଡ଼ା ନିର୍ଦ୍ଦେଶକ ଡ. ଭାସ୍କର ବେହେରା ଉପସ୍ଥିତ ଥିଲେ। କ୍ରୀଡ଼ା ଅଧିକାରୀ ସଂଗ୍ରାମ କିଶୋର ବିଷୋୟୀ ଧନ୍ୟବାଦ ଅର୍ପଣ କରିଥିଲେ। ଓମିକ୍ରନ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଜାତୀୟ ଖୋଖୋ ପ୍ରତିଯୋଗିତା କେବେ ହେବ, ତାହା ସ୍ଥିର ହେବ ବୋଲି ବିଶ୍ବବିଦ୍ୟାଳୟ ପକ୍ଷରୁ ସୂଚନା ମିଳିଛି।
ପୂର୍ବାଞ୍ଚଳ ଅନ୍ତଃବିଶ୍ବବିଦ୍ୟାଳୟ ଖୋଖୋ: ଉତ୍କଳ ପ୍ରଥମ, କିଟ୍ ଦ୍ବିତୀୟ, ଫକୀରମୋହନ ତୃତୀୟ
/sambad/media/post_attachments/wp-content/uploads/2022/01/56z4564gdg56dagdagdgda.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)