ଭୁବନେଶ୍ବର: କୋଲ୍‌କାତାରେ ଆୟୋଜିତ ପୂର୍ବାଞ୍ଚଳ ପାରା ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରେ ଓଡ଼ିଶାକୁ ୧ ସ୍ବର୍ଣ୍ଣ, ୨ ରୌପ୍ୟ ଓ ୬ କାଂସ୍ୟ ସହ ମୋଟ ୯ ପଦକ ମିଳିଛି। ଏକ ମାତ୍ର ସ୍ବର୍ଣ୍ଣ ପଦକ ରାଣୀ ଗାଡ଼ିଆ ଜିତିଥିଲେ। ମହିଳା ଏକକ ଫାଇନାଲ୍‌ରେ ସେ ୨୧-୧୯, ୨୧-୭ରେ ବିହାରର ରଶ୍ମିତା କୁମାରୀଙ୍କୁ ହରାଇଥିଲେ। ପୁରୁଷ ଏସ୍‌ୟୁ-୫ ଫାଇନାଲ୍‌ରେ ସେଖ୍‌ ଅସିଫ ଜମାଲ ୮-୨୧, ୧୨-୨୧ରେ ଅରୁଣାଚଳ ପ୍ରଦେଶର ତାମେ ତାଲାଙ୍ଗଙ୍କଠୁ ହାରି ରୌପ୍ୟରେ ସନ୍ତୁଷ୍ଟ ରହିଥିଲେ। ପୁରୁଷ ଯୁଗଳରେ ଅସିଫ ଓ ତାଙ୍କ ସାଥୀ ଅଭିଜିତ ପ୍ରଧାନ ୧୫-୨୧, ୧୬-୨୧ରେ ଅରୁଣାଚଳ ପ୍ରacଦେଶର ତାମେ ଓ ଲେମକୁଲ ମୋ‌ସାଙ୍ଗଠୁ ହାରି ରୌପ୍ୟ ପାଇଥିଲେ। ଏକକ ସେମିଫାଇନାଲ୍‌ରେ ଶୁଭ୍ରଜିତ ମହାରଣା, ଅନୁପ ରଂଜନ ବଡ଼ା, ପାପୁନ କୁମାର କିଶାନ ହାରି କାଂସ୍ୟ ପଦକ ପାଇଥିଲେ। ପୁରୁଷ ଯୁଗଳ ଯୋଡ଼ି ପୂଜ୍ୟମ ମିଶ୍ର-ଶେଷଗିରି କାଡ଼ିଆମ, ଅନୂପ-ଶୁଭ୍ରଜିତ ଏବଂ ପାପୁନ-ଆଲୋକ ମହାନ୍ତି ମଧ୍ୟ ସେମିଫାଇନାଲ୍‌ରେ ହାରି କାଂସ୍ୟରେ ସନ୍ତୁଷ୍ଟ ରହିଥିଲେ।