ଭୁବନେଶ୍ୱର: ଆସନ୍ତା ମାସରେ ହରିଆନାର ରୋହତକ୍ ବିଶ୍ୱବିଦ୍ୟାଳୟରେ ହେବାକୁ ଥିବା ସର୍ବଭାରତୀୟ ବିଶ୍ୱବିଦ୍ୟାଳୟ ପ୍ରତିଯୋଗିତାକୁ ଓଡ଼ିଶାର ଉତ୍କଳ ବିଶ୍ୱବିଦ୍ୟାଳୟ ଯୋଗ୍ୟତା ଅର୍ଜନ କରିଛି। ଏଥିସହ ଉତ୍କଳ ଆସନ୍ତା ବର୍ଷ ପୂର୍ବାଞ୍ଚଳ ଅନ୍ତଃବିଶ୍ୱବିଦ୍ୟାଳୟ କ୍ରିକେଟ୍ ପ୍ରତିଯୋଗିତାରେ ସିଧାସଳଖ କ୍ୱାର୍ଟର୍ ଫାଇନାଲ୍ ଖେଳିବାକୁ ମଧ୍ୟ ଯୋଗ୍ୟତା ଅର୍ଜନ କରିଛି। ୬୧ ବିଶ୍ୱବିଦ୍ୟାଳୟକୁ ନେଇ କିଟ୍ ଦ୍ୱାରା ଆୟୋଜିତ ପୂର୍ବାଞ୍ଚଳ ଅନ୍ତଃ ବିଶ୍ୱବିଦ୍ୟାଳୟ ପ୍ରତିଯୋଗିତାରୁ ଉତ୍କଳ ସାଙ୍ଗକୁ ଉତ୍ତର ପ୍ରଦେଶର ଭିଭିଏସ୍ ପୂର୍ବାଞ୍ଚଳ (ଜନ୍ପୁର) ଓ ଏମ୍ଜି କାଶୀ ବିଦ୍ୟାପୀଠ (ବାରଣାସୀ), ବିନୋବା ଭାବେ (ହଜାରିବାଗ) ବିଶ୍ୱବିଦ୍ୟାଳୟ ମଧ୍ୟ ସିଧାସଳଖ କ୍ୱାର୍ଟର୍ ଫାଇନାଲ୍ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି।
ମଙ୍ଗଳବାର କଟକର ରେଭେନ୍ସା ପଡ଼ିଆରେ ଖେଳିଥିବା ମ୍ୟାଚ୍ରେ ଉତ୍କଳ ଦଳ ୮୨ ରନ୍ରେ କାଶୀ ବିଦ୍ୟାପୀଠକୁ ପରାସ୍ତ କରିଥିଲା। ନିର୍ଧାରିତ ୪୦ ଓଭରରେ ଉତ୍କଳ ୨୬୩/୯ କରିଥିଲା। ପ୍ରତୀକ ଅନୁରାଗ ଦାସ (୫୦), ଦେବାଶିଷ ସାମନ୍ତରାୟ (୬୩) ଏବଂ ଅଭିନାଶ ସାହୁ (୬୩*) ଅର୍ଧଶତକ ହାସଲ କରିଥିଲା ବେଳେ କାର୍ତିକ ବିଶ୍ୱାଳ ୪୭ ରନ୍ କରିଥିଲେ। ଜବାବରେ କାଶୀ ଦଳ ୩୦ ଓଭରରେ ୧୮୦ ରନ୍ କରିଥିଲା। ଅଭିଶେକ ସିଂହ ୪୧ ଏବଂ ନୀରଜ ଯାଦବ ୩୮ ରନ୍ କରିଥିଲେ। ଉତ୍କଳ ପକ୍ଷରୁ ପ୍ରଭୁ ପ୍ରସାଦ ସାମନ୍ତରାୟ ୪, ପିଲୁ ପ୍ରଧାନ ୩ ଏବଂ ଆଶୁତୋଷ ଦାସ ୨ ଓ୍ଵିକେଟ୍ ନେଇଥିଲେ। ଅନ୍ୟଏକ ମ୍ୟାଚ୍ରେ ଭିଭିଏସ୍ ପୂର୍ବାଞ୍ଚଳ ୯ ଓ୍ଵିକେଟ୍ରେ ବିନୋବା ଭାବେ ବିଶ୍ୱବିଦ୍ୟାଳୟକୁ ପରାସ୍ତ କରିଥିଲା। ବୁଧବାର କିଟ୍ ପଡ଼ିଆରେ ଉତ୍କଳ ଦଳ ତା’ର ଶେଷ ଲିଗ୍ ମ୍ୟାଚ୍ରେ ବିନୋବା ଭାବେ ବିଶ୍ୱବିଦ୍ୟାଳୟକୁ ଭେଟିବ।
ପୂର୍ବାଞ୍ଚଳ ଅନ୍ତଃବିଶ୍ୱବିଦ୍ୟାଳୟ କ୍ରିକେଟ୍: ଉତ୍କଳକୁ ସର୍ବଭାରତୀୟ ଯୋଗ୍ୟତା
/sambad/media/post_attachments/wp-content/uploads/2018/01/utkal.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)