ପୂର୍ବାଞ୍ଚଳ ଅନ୍ତଃବିଶ୍ୱବିଦ୍ୟାଳୟ ମହିଳା ଫୁଟ୍‌ବଲ:ଉତ୍କଳକୁ ସର୍ବଭାରତୀୟ ଯୋଗ୍ୟତା

ଭୁବନେଶ୍ବର: ବନାରସର କାଶୀ ବିଶ୍ୱବିଦ୍ୟାଳୟ ଆନୁକୁଲ୍ୟରେ ଅନୁଷ୍ଠିତ ପୂର୍ବାଞ୍ଚଳ ଅନ୍ତଃବିଶ୍ୱବିଦ୍ୟାଳୟ ମହିଳା ଫୁଟ୍‌ବଲ ପ୍ରତିଯୋଗିତାରେ ଆ‌େୟାଜକ କାଶୀ ବିଶ୍ୱବିଦ୍ୟାଳୟକୁ ୨-୧ ଗୋଲ୍‌ରେ ପରାସ୍ତ କରି ଉତ୍କଳ ବିଶ୍ବବିଦ୍ୟାଳୟ ସର୍ବଭାରତୀୟ ପ୍ରତିଯୋଗିତାକୁ ଯୋଗ୍ୟତା ହାସଲ କରିଛି। ସର୍ବଭାରତୀୟ ଅନ୍ତଃବିଶ୍ୱବିଦ୍ୟାଳୟ ଫୁଟ୍‌ବଲ ପ୍ରତିଯୋଗିତା ଗୁରୁ ନାନକ ଦେବ ବିଶ୍ୱବିଦ୍ୟାଳୟ (ଅମୃତସର)ଠାରେ ଆସନ୍ତା ଡିସେମ୍ବର ମାସରେ ଅନୁଷ୍ଠିତ ହେବ ବୋଲି ଉତ୍କଳ ବିଶ୍ବବିଦ୍ୟାଳୟ କ୍ରୀଡା ପରିଷଦର ନିର୍ଦେଶକ ପ୍ରଫେସର କବୀର ମୋହନ ସେଠୀ ଜଣାଇଛନ୍ତି। ପରବର୍ତୀ ପର୍ଯ୍ୟାୟ ଲିଗ୍‌ ମ୍ୟାଚ୍‌ରେ ଉତ୍କଳ ଦଳ ୧-୧ ଗୋଲ୍‌ରେ ମଣିପୁର ବିଶ୍ବବିଦ୍ୟାଳୟ ସହ ଏବଂ ୨-୨ରେ ବିଆର୍‌ ବିଶ୍ୱବିଦ୍ୟାଳୟ (ବିହାର) ସହ ପଏଣ୍ଟ୍‌ ଭାଗ କରିଛି। ଏହାପରେ ରାଞ୍ଚି ବିଶ୍ବବିଦ୍ୟାଳୟଠାରୁ ୧-୨ ଗୋଲ୍‌ରେ ହାରି ଉତ୍କଳ ଦଳ ଚତୁର୍ଥ ସ୍ଥାନ ଲାଭ କରିଛି। ଉତ୍କଳ ବିଶ୍ୱବିଦ୍ୟାଳୟ ଦଳରୁ ପ୍ରତିନିଧିତ୍ବ କରୁଥିବା ଖେଳାଳିମାନେ ହେଲେ ସ୍ବପ୍ନାରାଣୀ ଦାସ , ପ୍ରିୟଙ୍କା ମହାନ୍ତି, କାପୁରା ମୁର୍ମୁ, ବୀଣାପାଣି ବିରୁଆ, ଉମା ଭାରତୀ ପରିଡା, ଲିପା ନାୟକ, ରୁନି ନାୟକ, ଝରଣା ମଲିକ, ଲକ୍ଷ୍ମୀ ପ୍ରିୟା ମହାରଣା, ସସ୍ମିତା ମଲ୍ଲିକ, ବୁଦ୍ଧେଶ୍ବରୀ ମାଝୀ, ସୁମନ ମହାପାତ୍ର, ଦମୟନ୍ତୀ ତିରିଆ, ସୁସ୍ମିତା ଦଳେଇ, ପିଙ୍କି ପୁରତୀ, ସରିତା ମଲ୍ଲିକ, ସସ୍ମିତା ସ୍ବାଇଁ, ପୁର୍ଣିମା ରାଓ। ତୁଷାର ସାହୁ ପ୍ରବନ୍ଧକ ଏବଂ ସେକ ସିରାଜ ପ୍ରଶିକ୍ଷକ।

ସମ୍ବନ୍ଧିତ ଖବର