ପୂର୍ବାଞ୍ଚଳ ଭିଜି ଟ୍ରଫି ଦଳରେ ୬ ଓଡ଼ିଆ

କଟକ: ସର୍ବଭାରତୀୟ ଭିଜି ଟ୍ରଫି ପାଇଁ ପୂର୍ବାଞ୍ଚଳ ଦଳର ଅଭ୍ୟାସ ଶିବିର ରେଭେନ୍ସା ବିଶ୍ବବିଦ୍ୟାଳୟ ପଡ଼ିଆରେ ଆରମ୍ଭ ହୋଇଛି। ଏହି ଶିବିର ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଗ୍ବାଲିଅରରେ ୧୭ ତାରିଖରୁ ପ୍ରତିଯୋଗିତା ଆରମ୍ଭ ହେବ। ପୂର୍ବାଞ୍ଚଳ ଦଳରେ ଓଡ଼ିଶାରୁ ୫ ଜଣ ସ୍ଥାନ ପାଇଛନ୍ତି। ରେଭେନ୍ସା ବିଶ୍ବବିଦ୍ୟାଳୟର ନିର୍ନିମେସ ଜେନା ଓ ସାର୍ଥକ ପରିଡ଼ା, ଉତ୍କଳ ବିଶ୍ବବିଦ୍ୟାଳୟର ଆଶୁତୋଷ ଦାସ ଓ ଶୁଭମ୍‌ ନାୟକ, କିଟ୍‌ର ଲୋହିତ ମହାନ୍ତି ପୂର୍ବାଞ୍ଚଳ ଦଳରେ ସାମିଲ ହୋଇଛନ୍ତି। ଏମାନଙ୍କ ବ୍ୟତୀତ ଉତ୍କଳ ବିଶ୍ବବିଦ୍ୟାଳୟର କାର୍ତ୍ତିକ ବିଶ୍ବାଳ ଅତିରିକ୍ତ ଖେଳାଳି ଭାବେ ମନୋନୀତ ହୋଇଛନ୍ତି। ଓଡ଼ିଶା ରଣଜୀ ଦଳର ମୁଖ୍ୟ ପ୍ରଶିକ୍ଷକ ରଶ୍ମିର˚ଜନ ପରିଡ଼ା ଭିଜି ଟ୍ରଫିରେ ପୂର୍ବାଞ୍ଚଳ ଦଳର ପ୍ରଶିକ୍ଷକ ଭୂମିକାରେ ରହିବେ।

ସମ୍ବନ୍ଧିତ ଖବର