କଟକ: ପୂର୍ବାଞ୍ଚଳ ଜୋନାଲ୍ କ୍ରିକେଟ ଏକାଡେମୀ ଶିବିର ପାଇଁ ଓଡ଼ିଶାରୁ ୪ ଜଣ ଯୁବ କ୍ରିକେଟର୍ ମନୋନୀତ ହୋଇଛନ୍ତି। ସେମାନେ ହେଉଛନ୍ତି ଦ୍ରୁତ ବୋଲର ଆଶୁତୋଷ ଛୁରିଆ, ଲେଗ୍ସ୍ପିନର୍ ଶ୍ରେଷ୍ଠ ସିଂହ, ପ୍ରାରମ୍ଭିକ ବ୍ୟାଟସମ୍ୟାନ୍ ବିଶ୍ବଜିତ୍ ପାତ୍ର ଏବଂ ରମେଶ ମାଲେକା। ଆଶୁତୋଷ ଏବଂ ଶ୍ରେୟସ ସମ୍ବଲପୁରର ହୋଇଥିବାବେଳେ ବିଶ୍ବଜିତ୍ କଟକର ଏବଂ ରମେଶ କିଟ୍ ଛାତ୍ର। ରାଞ୍ଚିଠାରେ ଶୁକ୍ରବାର ବସିଥିବା ପୂର୍ବାଞ୍ଚଳ ଚୟନ ସମିତି ବୈଠକରେ ଏମାନଙ୍କୁ ମନୋନୀତ କରାଯାଇଛି। ଏହି ୪ ଜଣଙ୍କ ବ୍ୟତୀତ ଝାଡ଼ଖଣ୍ତରୁ ୯, ବେଙ୍ଗଲରୁ ୭, ଆସାମରୁ ୩, ତ୍ରିପୁରାରୁ ୨ଜଣ ଜେଡ୍ସିଏ ପାଇଁ ଚୟନ ହୋଇଛନ୍ତି। ଚୟନ ସମିତି ବୈଠକରେ ପୂର୍ବାଞ୍ଚଳ ଆବାହକ ଦେବାଶିଷ ଚକ୍ରବର୍ତ୍ତୀ, ବିସିସିଆଇ କନିଷ୍ଠ ଚୟନକର୍ତ୍ତା ଦେବାଶିଷ ମହାନ୍ତି, ଓସିଏରୁ ଦୀପକ ମଙ୍ଗରାଜ, ବେଙ୍ଗଲର ମଦନ ଘୋଷ, ଝାଡ଼ଖଣ୍ତର ରତନ କୁମାର, ତ୍ରିପୁରାର ସୁଶାନ୍ତ କୁମାର ରଏ, ଆସାମର ରାଜୀବ ଫୁକନ ଯୋଗଦେଇଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp