ପୂର୍ବାଞ୍ଚଳ ଏଜି ହକି: ଓଡ଼ିଶା-ପଶ୍ଚିମବଙ୍ଗ ଫାଇନାଲ୍‌ ଆଜି

ଭୁବନେଶ୍ବର: ମହାଲେଖାକାର କାର୍ଯ୍ୟାଳୟ ଆନୁକୂଲ୍ୟରେ ପୂର୍ବାଞ୍ଚଳ ଏଜି ହକି ପ୍ରତିଯୋଗିତା ଗୁରୁବାର କଳିଙ୍ଗ ଷ୍ଟାଡିୟମ୍‌ରେ ଉଦ୍‌ଘାଟିତ ହୋଇଯାଇଛି। ଏଥିରେ ଗତବର୍ଷର ସର୍ବଭାରତୀୟ ବିଜେତା ଓଡ଼ିଶା, ପୂର୍ବାଞ୍ଚଳ ଉପବିଜେତା ପଶ୍ଚିମବଙ୍ଗ ଏବଂ ଝାଡ଼ଖଣ୍ଡ ଅଂଶଗ୍ରହଣ କରିଛନ୍ତି। ଉଦ୍‌ଘାଟନୀ ମ୍ୟାଚ୍‌ରେ ପଶ୍ଚିମବଙ୍ଗ ଦଳ ୪-୦ ଗୋଲ୍ରେ ଝାଡ଼ଖଣ୍ଡକୁ ପରାସ୍ତ କରିଥିଲା। ପ୍ରଦୀପ ଗୌତମ ଓ ନନ୍ଦକୁମାର ମ୍ୟାଚ୍‌ ପରିଚାଳନା କରିଥିଲେ। ଶୁକ୍ରବାର ଫାଇନାଲ୍‌ରେ ପଶ୍ଚିମବଙ୍ଗର ମୁକାବିଲା ଓଡ଼ିଶା ସହ ହେବ।
ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ କୃଷି ଉତ୍ପାଦନ କମିଶନର ଗଗନ ଧଳ, ସ୍ବତନ୍ତ୍ର ଅତିଥି ଭାବେ ହକି ଅଲିମ୍ପିଆନ୍‌ ଲାଜରୁସ ବାର୍ଲା, ସମ୍ମାନୀତ ଅତିଥି ଭାବେ ପ୍ରଧାନ ମହାଲେଖାକାର ମଧୁମିତା ବସୁ, ମହାଲେଖାକାର ବିଭୁଦତ୍ତ ବସନ୍ତିଆ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଶ୍ବନାଥ ସିଂହ ଜାଡନ୍‌, ପି ରାହୁଲ୍‌, ଦୀନମଣୀ ମଲ୍ଲିକ, ଜ୍ୟୋତି ଗୌରାସିଥା, ନନ୍ଦ ଦୁଲାଲ୍‌ ଦାସ ଓ ମସ୍‌ରୁର୍‌ ଅହମ୍ମଦ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର