ପୂର୍ବାଞ୍ଚଳ ସ୍ନୁକର ସେମିରେ ରାକେଶ, ସୁବ୍ରତ

ଭୁବନେଶ୍ବର: ନୟାପଲ୍ଲୀସ୍ଥିତ ଭିଣ୍ଟେଜ୍‌ କ୍ଲବ୍‌ଠାରେ ଚାଲିଥିବା ଅଷ୍ଟମ ଏମ୍‌ଆଇଇଟି ଓପନ୍‌ ପୂର୍ବାଞ୍ଚଳ ସ୍ନୁକର ପ୍ରତିଯୋଗିତାର ସେମିଫାଇନାଲ୍‌ରେ ରାକେଶ ରୋଶନ ପ୍ରଧାନ ଏବଂ ସୁବ୍ରତ ଦାସ ପ୍ରବେଶ କରିଛନ୍ତି। ସୋମବାର କ୍ବାର୍ଟର୍‌ ଫାଇନାଲ୍‌ରେ ରାକେଶ ୪-୧ରେ ଖଲିଦ ସୁଲ୍‌ତାନଙ୍କୁ ଏବଂ ସୁବ୍ରତ ୪-୦ରେ ଜାକିର ଅଲ୍ଲୀ ଖାନ୍‌ଙ୍କୁ ପରାସ୍ତ କରିଥିଲେ। ଏହା ପୂର୍ବରୁ ସୁଦୀପ୍ତ ଦାଶଙ୍କ ବିରୋଧରେ ରାକେଶ ୭୩ ବ୍ରେକ୍‌ ପଏଣ୍ଟ୍‌ କରାୟତ କରି କ୍ବାର୍ଟର୍‌ ଫାଇନାଲ୍‌ ସ୍ଥାନ ପକ୍କା କରିଥିଲେ। ଯାହାକି ଚଳିତ ପ୍ରତିଯୋଗିତର‌େ ସର୍ବା‌ଧିକ ବ୍ରେକ୍‌ ପଏଣ୍ଟ୍‌।

ସମ୍ବନ୍ଧିତ ଖବର