ଅଷ୍ଟରାଷ୍ଟ୍ରୀୟ ୨୧ ବର୍ଷରୁ କମ୍‌ ହକି: ନେଦରଲାଣ୍ଡ୍‌ଠୁ ହାରିଲା ଭାରତ

ମାଦ୍ରିଦ୍‌: ଏଠାରେ ଚାଲିଥିବା ୮ ଦଳୀୟ ୨୧ ବର୍ଷରୁ କମ୍‌ ଆମନ୍ତଣୀୟ ହକି ପ୍ରତିଯୋଗିତାରେ ଭାରତ ଲଗାତାର ଦ୍ବିତୀୟ ପରାଜୟ ବରଣ କରିଛି। ଗ୍ରୁପ୍‌ ‘ବି’ରେ ସୋମବାର ନିଜର ପ୍ରଥମ ମ୍ୟାଚ୍‌କୁ ୦-୪ ଗୋଲ୍‌ରେ ଅଷ୍ଟ୍ରେଲିଆ ନିକଟରୁ ହାରିଯାଇଥିବା ଭାରତ ମଙ୍ଗଳବାର ଦ୍ବିତୀୟ ମ୍ୟାଚ୍‌ରେ ପ୍ରବଳ ଲଢ଼େଇ କରିବା ସତ୍ତ୍ବେ ନେଦରଲାଣ୍ଡ୍‌ ନିକଟରୁ ୨-୩ ଗୋଲ୍‌ରେ ପରାସ୍ତ ହୋଇଛି। ଭାରତ ପକ୍ଷରୁ ବିଷ୍ଣୁକାନ୍ତ ସିଂହ (୨୩ ମିନିଟ୍‌) ଓ ସୁଦୀପ ଚିର୍ମାକୋ (୩୭ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ କରିଥିଲେ ମଧ୍ୟ ଦଳକୁ ପରାଜୟରୁ ରକ୍ଷା କରିପାରିନଥିଲେ। ଭାରତ ତା’ର ପରବର୍ତୀ ମ୍ୟାଚ୍‌ ଗୁରୁବାର ସ୍ପେନ୍‌ ସହ ଖେଳିବ।

ସମ୍ବନ୍ଧିତ ଖବର