ଲଣ୍ଡନ୍: ସବୁଠୁ ‌ବୟୋଜ୍ୟେଷ୍ଠା ଅନ୍ତର୍ଜାତୀୟ କ୍ରିକେଟର୍‌ ଏଲିନ୍ ଆସ ଶନିବାର ୧୧୦ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି। ସେ ମଧ୍ୟ ସବୁଠୁ ବୟସ୍କ ଟେଷ୍ଟ୍ କ୍ରିକେଟର୍‌ ଥିଲେ। ଦ୍ବିତୀୟ ବିଶ୍ବଯୁଦ୍ଧର ଏପାଖ ସେପାଖରେ ସେ ଇଂଲଣ୍ଡ ପାଇଁ ମୋଟ ୭ ଟେଷ୍ଟ୍‌ ଖେଳିଥିଲେ।

Advertisment

ଡାହାଣହାତୀ ମଧ୍ୟମଗତି ବୋଲର ଥିବା ଏଲିନ୍ ମୋଟ ୧୦ ୱିକେଟ୍ ନେଇଥିଲେ। ୨୦୧୭ରେ ଏଲିନ୍ ଭାରତ-ଇଂଲଣ୍ଡ ଆଇସିସି ମହିଳା ବିଶ୍ବକପ୍‌ ଫାଇନାଲ୍‌ ପୂର୍ବରୁ ଲର୍ଡସ ଘଣ୍ଟି ବଜାଇଥିଲେ।