କରାଚୀ : ଆତଙ୍କବାଦ ସମସ୍ୟା ପାଇଁ ଗତ ପ୍ରାୟ ୧୦ ବର୍ଷ ଧରି ପାକିସ୍ତାନକୁ କୌଣସି ଦେଶ କ୍ରିକେଟ ଖେଳିବାକୁ ଯାଉନଥିଲେ । ବହୁ ଅନୁରୋଧ ପରେ ଶେଷରେ ଶ୍ରୀଲଙ୍କା କ୍ରିକେଟ ଦଳ ଏବେ ପାକିସ୍ତାନ ଗସ୍ତରେ ଅଛି । ଏତେ ଦିନ ପରେ ଏତେ କଷ୍ଟରେ ହେଉଥିବା ଏହି ସିରିଜ କିନ୍ତୁ ନାନା ଅବ୍ୟବସ୍ଥା ଦେଇ ଗତି କରୁଛି ।
ପ୍ରଥମ ଏକଦିବସୀୟ ମ୍ୟାଚଟି ବର୍ଷା ହେବା ଯୋଗୁଁ ବାତିଲ ହୋଇଯାଇଥିବାବେଳେ ଗତ ସୋମବାରଦିନ ଖେଳାଯାଇଥିବା ୨ୟ ଏକଦିବସୀୟ ମ୍ୟାଚଟି ଏକ ଭିନ୍ନ କାରଣରୁ ଚର୍ଚ୍ଚାରେ ରହିଛି । ଏହି ମ୍ୟାଚ ଚାଲିଥିବାବେଳେ ହଠାତ୍ ଫ୍ଲଡ ଲାଇଟ ବନ୍ଦ ହୋଇଯିବାରୁ ଷ୍ଟାଡିୟମଟି ଅନ୍ଧାର ହୋଇଯାଇଥିଲା । ଗୋଟିଏ ନୁହେଁ ୬ଟି ଫ୍ଲଡଲାଇଟ୍ ବନ୍ଦ ହୋଇଯାଇଥିଲା । ଏହା ଫଳରେ ମ୍ୟାଚ ପ୍ରାୟ ଅଧଘଣ୍ଟାଏ ଧରି ଅଟକି ରହିଥିଲା। ଏହି ଘଟଣାକୁ ନେଇ ପାକିସ୍ତାନ କ୍ରିକେଟ ବୋର୍ଡ ଚାରିଆଡୁ ସମାଲୋଚନାର ଶରବ୍ୟ ହୋଇଛି । ସୋସିଆଲ ମିଡିଆରେ ପିସିବିକୁ ଲୋକମାନେ ସମାଲୋଚନା କରିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/10/pak-match.jpg)