ଭୁବନେଶ୍ବର: ଭାରତୀୟଙ୍କ ଅତି ଆପଣାର ଦୁଇ ଚେହେରା ଏବେ ଦୁଇଟି ଭିନ୍ନ ଏସୀୟ ଖେଳ ପ୍ରତିଯୋଗିତାର ମାସ୍କଟ୍ ମନୋନୀତ ହୋଇଛନ୍ତି। ବୁଧବାରଠାରୁ ଥାଇଲାଣ୍ଡ୍ର ବ୍ୟାଙ୍କକ୍ରେ ଆରମ୍ଭ ହୋଇଥିବା ୨୫ତମ ଏସୀୟ ଦୌଡ଼କୁଦ ପ୍ରତିଯୋଗିତା ଲାଗି ପ୍ରଭୂ ହନୁମାନଙ୍କୁ ସ୍ଥାନିତ କରାଯାଇଛି। ଏସୀୟ ଦୌଡ଼କୁଦ ସଂଘର ୫୦ତମ ବାର୍ଷିକୀ ଅବସରରେ ଏହି ସଂସ୍କରଣ ମହାଦେଶୀୟ ପ୍ରତିଯୋଗିତା ଏସୀୟ ଦୌଡ଼କୁଦକୁ ହନୁମାନଙ୍କ ଗତି, ଦୃଢ଼ତା, ସାହସ, ସ୍ବାଧିନତା ଆଦିର ପ୍ରତିଫଳନ ବୋଲି ଆୟୋଜକମାନେ ହୃଦୟଙ୍ଗମ କରିଛନ୍ତି। ପ୍ରଭୂ ରାମଙ୍କ ଭକ୍ତ ଭାବେ ହନୁମାନଙ୍କ ଦକ୍ଷତା ସମସ୍ତଙ୍କୁ ପ୍ରଭାବିତ କରିଥିବା ବେଳେ ତାଙ୍କ ଉତ୍ତରଦାୟିତ୍ବ ଏବଂ ଭକ୍ତିକୁ ଏବେ ଏସୀୟସ୍ତରରେ ବିସ୍ତାରିତ କରିବାକୁ ପ୍ରୟାସ କରାଯାଇଛି। ଅନ୍ୟପକ୍ଷରେ ଅଗଷ୍ଟ ମାସରେ ଚେନ୍ନାଇରେ ଖେଳାଯିବାକୁ ଥିବା ଏସୀୟ ଚାମ୍ପିଅନ୍ସ ଟ୍ରଫି ହକି ମାସ୍କଟ୍ରେ ହାତୀମୁଣ୍ଡ ସ୍ଥାନ ପାଇଥିବାରୁ ଏହାକୁ ବିଭିନ୍ନ ମହଲରୁ ସ୍ବାଗତ କରାଯାଇଛି। ଏସିଆରେ ହାତୀ ତିଷ୍ଠି ରହିବାର ଅନନ୍ୟ ଉଦାହରଣ ଥିବାରୁ ଏହି ବନ୍ୟପ୍ରାଣୀ ବଂଶକୁ ସୁରକ୍ଷିତ ରଖିବା ଦିଗରେ ଏହା ଏକ ଅଭିନବ ପ୍ରୟାସ ବୋଲି କୁହାଯାଇଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp