ଭଲିବଲ ଖେଳୁଥିବା ପାକିସ୍ତାନୀ ସେନା ଉପରକୁ ତାଲିବାନ୍‌ର ଆକ୍ରମଣ, ୧୧ ମୃତ

ପାକିସ୍ତାନ: ପେଶାବରରେ ଭଲିବଲ୍‌ ଖେଳୁଥିବା ପାକିସ୍ତାନୀ ସୈନିକମାନଙ୍କ ଉପରକୁ ତାଲିବାନ ଆତଙ୍କୀମାନେ ଆକ୍ରମଣ କରିଛନ୍ତି। ଏହି ଘଟଣାରେ ୧୧ଜଣ ସୈନିକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଗୁରୁତର ହୋଇଛନ୍ତି। ପଶ୍ଚିମ ପାକିସ୍ତାନର ଖ୍ଵାତ ଘାଟିରେ ୨୦୧୩ ପରେ ଏହା ହେଉଛି ବଡ଼ ଧରଣର ଆକ୍ରମଣ ବୋଲି ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି।

କୁହାଯାଉଛି ଯେ, ଆକ୍ରମଣକାରୀମାନେ ସୁରକ୍ଷିତ ଢଙ୍ଗରେ ଘଟଣାସ୍ଥଳରୁ ଖସି ଯାଇଥିଲେ। ଘଟଣା ସମୟରେ ଯବାନମାନେ ଭଲିବଲ ଖେଳୁଥିଲେ। ଏଥିପାଇଁ ସେମାନେ ଆତଙ୍କୀମାନଙ୍କୁ ମୁକାବିଲା କରିପାରି ନ ଥିଲେ। କେବଳ ସେତିକି ନୁହେଁ ପାକିସ୍ତାନୀ ସେନାର କର୍ମଚାରୀମାନେ ଆତଙ୍କୀ ତୁଳନାରେ କମ୍‌ ଥିଲେ।

ପାକିସ୍ତାନୀ ସେନାର ଜଣେ ମୁଖପାତ୍ର ଗଣମାଧ୍ୟମକୁ କହିଛନ୍ତି, ଶନିବାର ହୋଇଥିବା ଏହି ଆତ୍ମଘାତୀ ଆକ୍ରମଣ ଖେଳ ଅଞ୍ଚଳରେ ହୋଇଛି। ମୃତକଙ୍କ ମଧ୍ୟରେ ଜଣେ କ୍ୟାପ୍‌ଟେନ୍‌ ମଧ୍ୟ ସାମିଲ ଅଛନ୍ତି। ଖ୍ଵାତ ଜିଲ୍ଲାର କାବଲ ତହସିଲରେ ହୋଇଥିବା ଆକ୍ରମଣରେ ୧୩ ଜଣ ଗୁରୁତର ହୋଇଛନ୍ତି। ଘଟଣାର କିଛି ସମୟ ପରେ ଆଫଗାନିସ୍ଥାନସ୍ଥିତ ପାକିସ୍ତାନ-ତାଲିବାନ ଏହି ଆକ୍ରମଣ ପାଇଁ ଦାୟୀ ବୋଲି କହିଛି।

 

ସମ୍ବନ୍ଧିତ ଖବର