ଜାତୀୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ଭାଗନେବେ ଓଡ଼ିଶାରୁ ୧୧ଜଣ ପ୍ରତିଯୋଗୀ

ଭୁବନେଶ୍ୱର: କର୍ଣ୍ଣାଟକର ଗେଲଗାଭିଠାରେ ଆଗାମୀ ଡିସେମ୍ବର ୧୪ରୁ ୧୭ମଧ୍ୟରେ ହେବାକୁ ଥିବା ୧୦ ସତୀଶ ସୁଗାର କ୍ଲାସିକ ଜାତୀୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ। ଜାତୀୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ଭାଗ ନେବା ପୂର୍ବରୁ ରବିବାର ସ୍ଥାନୀୟ ଉତ୍କଳ କରାଟେ ସ୍କୁଲ ପରିସରରେ ଏକ ସୁନ୍ଦର ପ୍ରତିଯୋଗିତା ଚୟନ ପ୍ରକ୍ରିୟା ଅନୁଷ୍ଠିତ ହୋଇ ଯାଇଛି। ପ୍ରାୟ ୪୦ ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ଶକ୍ତିବ୍ରତ ନାୟକ, ସିଦ୍ଧାନ୍ତ ସାମନ୍ତରାୟ, ରବିନ ସାହୁ, ଛୁଟକୁ ଦତ୍ତ, ରଶ୍ମିରଞ୍ଜନ ସାହୁ, ବଭାଲ ଖାନ୍‌, ସି ରାଜୁ, ବ୍ରଜବନ୍ଧୁ ସୁଆର, ମଳୟ ବସନ୍ତ ପାଢ଼ୀ, ସୁଜିତ ଜେନା ଓ ସଂଗ୍ରାମ ଚୟନ ହୋଇଛନ୍ତି।

ଓଡ଼ିଶା ରାଜ୍ୟ ସୁନ୍ଦର ସ୍ୱାସ୍ଥ୍ୟ ସଂଘର ସଭାପତି ଇଞ୍ଜିନୟର ଚିତ୍ତରଞ୍ଜନ ସ୍ୱାଇଁ ଏବଂ ସାଧାରଣ ସମ୍ପାଦକ ପ୍ରସନ୍ନ ମହାସୁଆରଙ୍କ ପ୍ରତକ୍ଷ୍ୟ ତତ୍ତ୍ୱାବଧାନରେ ପ୍ରତିଯୋଗିତାଟି ଆକର୍ଷଣୀୟ ହୋଇଥିଲା। ରାଜ୍ୟ ସୁନ୍ଦର ସ୍ୱାସ୍ଥ୍ୟ ସଂଘର ମୁଖ୍ୟ ଉପଦେଷ୍ଟା ହରିପ୍ରସାଦ ପଟ୍ଟନାୟକ ପ୍ରତିଯୋଗୀମାନଙ୍କର ଜାତୀୟ ସ୍ତରରେ ସଫଳତା କାମନା କରିବା ସହିତ ଉତ୍ସାହିତ କରିଥିଲେ।

ସମ୍ବନ୍ଧିତ ଖବର