ଲି’-ଇର୍ଫାନଙ୍କୁ ନଚେଇଲେ ଏଲି

ମୁମ୍ବାଇ: ଆଇପିଏଲ୍‌ ସରିଯାଇଛି। ହେଲେ ଆଇପିଏଲ୍‌ ଜ୍ୱର ଅନେକ ସିନେ ତାରକା ଏବଂ କ୍ରିକେଟରଙ୍କୁ ଏବେବି ଛାଡ଼ି ନାହିଁ। ସେଥିପାଇଁ ସେମାନେ ନିଜ ଟ୍ଵିଟର ଏବଂ ଇନଷ୍ଟାଗ୍ରାମ ପୃଷ୍ଠାରେ ଆଇପିଏଲ୍‌ ସଂପର୍କିତ ଭିଡିଓ ପ୍ରକାଶ କରି ଏହାକୁ ଝୁରି ହେଉଛନ୍ତି। ସ୍ୱିଡେନରୁ ଆସିଥିବା ବଲିଉଡ୍‌ ଅଭିନେତ୍ରୀ ଏଲି ଅଭ୍ରରାମ ଏମିତି ଏକ ଭିଡିଓ ଟ୍ଵିଟ୍‌ କରି ଚର୍ଚାକୁ ଆସିଛନ୍ତି। ଏହି ଭିଡିଓରେ ସେ ସୁପରଷ୍ଟାର ଶାହାରୁଖ୍‌ ଖାନଙ୍କ ରୋମାଣ୍ଟିକ୍‌ ଗୀତରେ ଭାରତୀୟ କ୍ରିକେଟର ଇର୍ଫାନ୍‌ ପଠାନ ଏବଂ ଅଷ୍ଟ୍ରେଲିଆର ପୂର୍ବତନ ଦ୍ରୁତ ବୋଲୀ ବ୍ରେଟ୍‌ ଲି’ଙ୍କୁ ନଚଉଥିବାରୁ ଦୃଶ୍ୟ ଦେଖିବାକୁ ମିଳୁଛି। ଏହି ଭିଡିଓରେ ଇର୍ଫାନ୍‌ ଓ ଲି’ ଶାହାରୁଖଙ୍କ ‘ରବ ନେ ବନାଦି ଯୋଡ଼ି’ ଚଳଚ୍ଚିତ୍ର ଗୀତରେ ଏଲିଙ୍କଠାରୁ ନାଚ ଶିଖୁଛନ୍ତି। ଉଭୟ କ୍ରିକେଟର ଏହାର ବେଶ୍‌ ମଜା ନେଉଥିବା ମଧ୍ୟ ଜଣା ପଡ଼ୁଛି।

ସମ୍ବନ୍ଧିତ ଖବର