ଫିଫା ବିଶ୍ବକପ୍‌ ପ୍ରତୀକ ଉନ୍ମୋ‌ଚିତ

ଦୋହା : ଆଗାମୀ ୨୦୨୨ ମସିହାରେ ଆୟୋଜିତ ହେବାକୁ ଥିବା ଫିଫା ବିଶ୍ବକପ୍‌ର ବିଦ୍ଧିବଦ୍ଧ ପ୍ରତୀକ ମଙ୍ଗଳବାର କାତାରର ଦୋହାରେ ଉନ୍ମୋଚିତ ହୋଇଯାଇଛି। ଏହି ପ୍ରତୀକ ଆରବୀୟ ଭାବନା ଏବଂ କାତାରର ସମୃଦ୍ଧମୟ ପୁରୁଣା ପରମ୍ପରାର ସମାହାରକୁ ପ୍ରତିଫଳିତ କରୁଛି। ଗୋଟିଏ ରାଷ୍ଟ୍ର କିପରି ଫୁଟ୍‌ବଲ୍‌ରେ ତ୍ରୁଣମୁଳସ୍ତରରୁ ବିକଶିତ ସ୍ଥିତିରେ ପହଞ୍ଚିପାରିଛି ଏବଂ ଏବେ ବି ଉନ୍ନତି ପଥରେ ରହିଛି ସେନେଇ ପ୍ରତୀକରେ ମଧ୍ୟ ପ୍ରତିଫଳିତ ହୋଇଛି। ଏଥି ସହିତ ଉଭୟ ଫିଫା ଏବଂ ଆୟୋଜକ ଦେଶ କାତାର ବିଶ୍ବର ସର୍ବବୃହତ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତା ପାଇଁ ଏକ ମାଇଲଖୁଣ୍ଟ ଛୁଇଁଛନ୍ତି।

ସମ୍ବନ୍ଧିତ ଖବର