ଏମର୍ଜିଂ ଦଳୀୟ କପ୍‌: ଭାରତ ଉପବିଜେତା

କଲମ୍ବୋ: ଏଠାରେ ଆୟୋଜିତ ଏମର୍ଜିଂ ଦଳୀୟ କପ୍‌ ପ୍ରତିଯୋଗିତାରେ ଆୟୋଜକ ଶ୍ରୀଲଙ୍କା ଟ୍ରଫି କରାୟତ କରିଛି। ଶନିବାର ଫାଇନାଲ୍‌ରେ ଶ୍ରୀଲଙ୍କା ଦଳ ୩ ରନ୍‌ରେ ଭାରତକୁ ହରାଇଛି। ଟସ୍‌ ଜିତି ବ୍ୟାଟିଂ ନେଇଥିବା ଶ୍ରୀଲଙ୍କା ୭ ୱିକେଟ୍‌ ବିନିମୟରେ ୨୭୦ ରନ୍‌ କରିଥିଲା। କାମିନ୍ଦୁ ମେଣ୍ଡିସ୍‌ (୬୧) ଏବଂ ହସିତା ବୋୟାଗୋଦା (୫୪) ଅର୍ଧଶତକ ହାସଲ କରିଥିଲେ। ଭାରତ ପକ୍ଷରୁ ସଫଳ ବୋଲର ଭାବେ ଅଙ୍କିତ ରାଜପୁତ ୨ ୱିକେଟ୍‌ ନେଇଥିଲେ। ଜବାବରେ ଭାରତ ୯ ୱିକେଟ୍‌ ହରାଇ ୨୬୭ ରନ୍‌ କରିପାରିଥିଲା। ଜୟନ୍ତ ଯାଦବ (୭୧) ଅଧର୍ଶତକ ହାସଲ କରିଥିଲା ବେଳେ ଶାମ୍ସ ମୁଲାନି ୪୬ ଏବଂ ନୀତିଶ ରଣା ୪୦ ରନ୍‌ କରିଥିଲେ। ଆସିଲେ ଗୁଣରତ୍ନେ ୩ ଏବଂ ଲସିତ ଏମ୍ବୁଲ୍‌ଦେନିଆ ଓ ସେହାନ ଜୟସୁରିଆ ୨ ଲେଖାଏଁ ୱିକେଟ୍‌ ନେଇଥିଲେ। କାମିନ୍ଦୁ ମେଣ୍ଡିସ୍‌ ମ୍ୟାଚ୍‌ ଓ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ସମ୍ବନ୍ଧିତ ଖବର