ଶୀର୍ଷରେ ବର୍ଷ ଶେଷ:ଭାରତ, କୋହଲି, ବୁମ୍‌ରା

ଦୁବାଇ: ଭାରତୀୟ ଟେଷ୍ଟ୍ ଦଳ ଏବଂ ଏହାର ଅଧିନାୟକ ବିରାଟ କୋହଲି ଆଇସିସି ମାନ୍ୟତାର ଶୀର୍ଷ ସ୍ଥାନରେ ରହି ବର୍ଷ ଶେଷ କରିଛନ୍ତି। ନୂଆ ବର୍ଷ ଆରମ୍ଭ ବି ଶୀର୍ଷରୁ କରିବେ। ଟେଷ୍ଟ୍ ମାନ୍ୟତାର ଏକ ନମ୍ବରରୁ ବର୍ଷ ଆରମ୍ଭ କରିଥିବା କୋହଲି ଦଳ ସେହି ସ୍ଥାନରେ ରହି ଅଭିଯାନ ଶେଷ କରିଛି। ଜାନୁଆରି ପ୍ରଥମ ସପ୍ତାହ ବି ଏକ ନୂଆ ଇତିହାସ ରଚିବାର ପ୍ରତିଶ୍ରୁତି ଦେଇଛି। ପ୍ରଥମ ଥର ଅଷ୍ଟ୍ରେଲିଆ ମାଟିରେ‌ ଟେଷ୍ଟ୍‌ ଶୃଙ୍ଖଳା ବିଜୟର ସ୍ବପ୍ନ ସାକାର ରୂପ ନେବାର ଆଶା ଦେଇଛି‌ କୋହଲି‌ ସେନା। ସେହିଭଳି ବୋଲିଂ ବିଭାଗରେ ଦକ୍ଷିଣ ଆଫ୍ରିକା ଦ୍ରୁତ ବୋଲର କାଗିସୋ ରବାଦା ଶୀର୍ଷରେ ରହି ଅଭିଯାନ‌ କରିଛନ୍ତି। ଟେଷ୍ଟ୍ ବ୍ୟାଟିଂରେ ଶୀର୍ଷ ୧୦ ଭିତରେ ଅନ୍ୟ ଭାରତୀୟଙ୍କ ମଧ୍ୟରୁ କେବଳ ଚେତେଶ୍ବର ପୂଜାରା (ଚତୁର୍ଥ) ଏବଂ ବୋଲିଂ ଶୀର୍ଷ ୧୦ ଭିତରେ ରବୀନ୍ଦ୍ର ଜାଦେଜା (ଷଷ୍ଠ) ଏବଂ ରବିଚନ୍ଦ୍ରନ ଅଶ୍ବିନ୍‌ (ଅଷ୍ଟମ) ରହିଛନ୍ତି। ଅଲରାଉଣ୍ଡର୍ ତାଲିକାରେ ବି ଜାଦେଜା (ତୃତୀୟ) ଏବଂ ଅଶ୍ବିନ (ଷଷ୍ଠ) ରହିଛନ୍ତି। ଦିନିକିଆ ବ୍ୟାଟିଂ ଶୀର୍ଷରେ ମଧ୍ୟ କୋହଲି ରହିଛନ୍ତି। ଅନ୍ୟ ଭାରତୀୟଙ୍କ ମଧ୍ୟରେ ରୋହିତ ଶର୍ମା (ଦ୍ବିତୀୟ) ଏବଂ ଶିଖର ଧାୱନ (ନବମ), ବୋଲିଂରେ ଯଶ୍‌ପ୍ରୀତ୍ ବୁମରା ଶୀର୍ଷରେ ଥିବାବେଳେ କୁଲଦୀପ ଯାଦବ (ତୃତୀୟ), ୟୁଜବେନ୍ଦ୍ର ଚହଲ (ଷଷ୍ଠ) ୧୦ ଭିତରେ ରହିଛନ୍ତି। ଅଲ୍‌ରାଉଣ୍ଡର ତାଲିକାରେ କେହି ଭାରତୀୟ ନାହାନ୍ତି। ଟ୍ବେଣ୍ଟି-୨୦ରେ ପାକିସ୍ତାନର ବାବର ଆଜମ ଶୀର୍ଷରେ ରହିଥିବା ବ‌େଳେ ଭାରତୀୟଙ୍କ ମଧ୍ୟରୁ ଲୋକେଶ ରାହୁଲ (ସପ୍ତମ), ରେହିତ ଶର୍ମା (ଦଶମ) ଏବଂ ବୋଲିଂରେ ଆଫଗାନିସ୍ତାନର ରସିଦ୍ ଖାନ୍‌ ଶୀର୍ଷରେ ଥିବା ବେଳେ କୁଲଦୀପ ଯାଦବ (ତୃତୀୟ) ଏକମାତ୍ର ଭାରତୀୟ ଅଛନ୍ତି।

ଆଇସିସି ମାନ୍ୟତା ଦଳ
ସ୍ଥାନ ଟେଷ୍ଟ୍ ଦିନିକିଆ ଟ୍ବେଣ୍ଟି
ପ୍ରଥମ ଭାରତ ଇଂଲଣ୍ଡ୍‌ ପାକିସ୍ତାନ
ଦ୍ବିତୀୟ ଇଂଲଣ୍ଡ ଭାରତ ଭାରତ
ତୃତୀୟ ନ୍ୟୁଜିଲାଣ୍ଡ୍‌ ନ୍ୟୁଜିଲାଣ୍ଡ୍‌ ଇଂଲଣ୍ଡ
ଚତୁର୍ଥ ଦକ୍ଷିଣ ଆଫ୍ରିକା ଦକ୍ଷିଣ ଆଫ୍ରିକା ଅଷ୍ଟ୍ରେଲିଆ
ପଞ୍ଚମ ଅଷ୍ଟ୍ରେଲିଆ ପାକିସ୍ତାନ ଦକ୍ଷିଣ ଆଫ୍ରିକା
ଷଷ୍ଠ ପାକିସ୍ତାନ ଅଷ୍ଟ୍ରେଲିଆ ନ୍ୟୁଜିଲାଣ୍ଡ୍‌
ସପ୍ତମ ଶ୍ରୀଲଙ୍କା ବାଂଲାଦେଶ ୱେଷ୍ଟଇଣ୍ଡିଜ୍‌
ଅଷ୍ଟମ ୱେଷ୍ଟଇଣ୍ଡିଜ୍‌ ଶ୍ରୀଲଙ୍କା ଆଫଗାନିସ୍ତାନ
ନବମ ବାଂଲାଦେଶ ୱେଷ୍ଟଇଣ୍ଡିଜ୍‌ ଶ୍ରୀଲଙ୍କା
ଦଶମ ଜିମ୍ବାୱେ ଆଫଗାନିସ୍ତାନ ବାଂଲାଦେଶ
ଶୀର୍ଷ ମାନ୍ୟତା ଖେଳାଳି
ଫର୍ମାଟ ବ୍ୟାଟସମ୍ୟାନ୍ ବୋଲର ଅଲ୍‌ରାଉଣ୍ଡର
ଟେଷ୍ଟ୍‌ ବିରାଟ‌ କୋହଲି କାଗି‌େସ‌ା ରବାଦା ସକିବ୍ ଅଲ ହାସନ୍‌
ଦିନିକିଆ ବିରାଟ‌ କୋହଲି ଯଶ୍‌ପ୍ରୀତ୍ ବୁମରା ରସିଦ୍ ଖାନ୍‌
ଟ୍ବେଣ୍ଟି-୨୦ ବାବର ଆଜମ ରସିଦ୍ ଖାନ୍‌ ଗ୍ଲେନ ମ୍ୟାକ୍ସୱେଲ୍‌

ସମ୍ବନ୍ଧିତ ଖବର