ବର୍ମିଂହାମ ଟେଷ୍ଟ : ଇଂଲଣ୍ଡ ୪୦୭ ରନରେ ଅଲଆଉଟ, ଭାରତ ୧୮୦ ରନରେ ଆଗୁଆ

ବର୍ମିଂହାମ ଟେଷ୍ଟରେ ଇଂଲଣ୍ଡ ଦଳ ନିଜର ପ୍ରଥମ ଇନିଂସରେ ୪୦୭ ରନ କରି ଅଲଆଉଟ ହୋଇଯାଇଛି । ଏହା ଫଳରେ ଭାରତୀୟ ଦଳ ପ୍ରଥମ ଇନିଂସରେ ୧୮୦ ରନରେ ଆଗୁଆ ରହିଛି । ଇଂଲଣ୍ଡ ପକ୍ଷରୁ ହ୍ୟାରୀ ବ୍ରୁକ ଓ ଜେମି ସ୍ମିଥ ଶତକ ଅର୍ଜନ କରିଥିଲେ ।

GvBsye6XIAAa68-

ବର୍ମିଂହାମ : ବର୍ମିଂହାମ ଟେଷ୍ଟରେ ଇଂଲଣ୍ଡ ନିଜର ପ୍ରଥମ ଇନିଂସରେ ୪୦୭ ରନ କରି ଅଲଆଉଟ ହୋଇଯାଇଛି । ଏହା ଫଳରେ ଭାରତ ପ୍ରଥମ ଇନିଂସରେ ୧୮୦ ରନରେ ଆଗୁଆ ରହିଛି ।

ଇଂଲଣ୍ଡ ଦଳ ପକ୍ଷରୁ ୬ ଜଣ ବ୍ୟାଟ୍ସମ୍ୟାନ ଖାତା ଖୋଲିପାରିନଥିବାବେଳେ କେବଳ ଦୁଇଜଣ ବ୍ୟାଟ୍ସମ୍ୟାନ- ହ୍ୟାରୀ ବ୍ରୁକ ଓ ଜେମି ସ୍ମିଥ ସାହସର ସହ ଭାରତୀୟ ବୋଲରଙ୍କ ମୁକାବିଲା କରିଥିଲେ ଦଳକୁ ଫଲୋ-ଅନ ହେବାରୁ ରକ୍ଷା କରିଥିଲେ । ବ୍ରୁକ ୧୫୮ ରନ ଓ ସ୍ମିଥ ୧୮୪ ରନ କରିଥିଲେ । ଭାରତ ପକ୍ଷରୁ ମହମ୍ମଦ ସିରାଜ ୬ଟି ଓ ଆକାଶ ଦୀପ ୪ଟି ଓ୍ବିକେଟ ନେଇଥିଲେ । ସର୍ବଶେଷ ସୂଚନା ଅନୁସାରେ ଭାରତ ନିଜର ୨ୟ ଇନିଂସ ବ୍ୟାଟିଂ ଆରମ୍ଭ କରିଛି ଓ କୌଣସି ଓ୍ବିକେଟ ନ ହରାଇ ୨୦ ରନ କରିଛି । 

ବୁଧବାରଠାରୁ ଆରମ୍ଭ ହୋଇଥିବା ଏହି ମ୍ୟାଚରେ ଇଂଲଣ୍ଡ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଭାରତ ନିଜର ପ୍ରଥମ ଇନିଂସରେ ୫୮୭ ରନ କରିଥିଲା । ଦଳ ପକ୍ଷରୁ ଶୁବମନ ଗିଲ ୨୬୯ ରନ କରିଥିବାବେଳେ ରବୀନ୍ଦ୍ର ଜାଦେଜା ୮୯ ରନ ଓ ଯଶସ୍ବୀ ଜୟସ୍ବାଲ ୮୭ ରନ କରିଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe