ଲର୍ଡ୍ସ : ଐତିହାସିକ ଲର୍ଡ୍ସ ଟେଷ୍ଟ ମ୍ୟାଚରେ ୨୨ ରନରେ ପରାଜୟ ବରଣ କରିଛି ଭାରତ। କିନ୍ତୁ ଶେଷ ପର୍ଯ୍ୟନ୍ତ ଲଢେଇ କରିବା ଛାଡ଼ିନଥିଲା ଟିମ ଇଣ୍ଡିଆ । ବିଜୟ ପାଇଁ ଭାରତକୁ ୧୯୩ ରନ କରିବାକୁ ଥିବାବେଳେ ଭାରତ ୧୭୦ ରନ କରି ଅଲଆଉଟ ହୋଇଯାଇଥିଲା । ଭାରତ ପକ୍ଷରୁ ରବୀନ୍ଦ୍ର ଜାଦେଜା ଶେଷ ପର୍ଯ୍ୟନ୍ତ ଲଢେଇ କରିଥିଲେ । ସେ ଅପରାଜିତ ୬୧ ରନ କରିଥିଲେ ଓ ନୀତୀଶ ରେଡ୍ଡୀ, ଯସପ୍ରୀତ ବୁମରା ଓ ମହମ୍ମଦ ସିରାଜଙ୍କ ସହ ଉପଯୋଗୀ ପାର୍ଟନରସିପ କରିଥିଲେ। ଏହା ସତ୍ତ୍ବେ ଭାରତ ୨୨ ରନ ପଛରେ ପଡ଼ିଯାଇଥିଲା । ଆଜିର ବିଜୟ ସହ ସିରିଜରେ ଇଂଲଣ୍ଡ ୨-୧ରେ ଆଗୁଆ ହୋଇଯାଇଛି ।
ଭାରତ ପକ୍ଷରୁ ରବୀନ୍ଦ୍ର ଜାଦେଜା ଶେଷ ପର୍ଯ୍ୟନ୍ତ ଲଢେଇ କରିଥିଲେ । ସେ ଅପରାଜିତ ୬୧ ରନ କରିଥିଲେ ଓ ନୀତୀଶ ରେଡ୍ଡୀ, ଯସପ୍ରୀତ ବୁମରା ଓ ମହମ୍ମଦ ସିରାଜଙ୍କ ସହ ଉପଯୋଗୀ ପାର୍ଟନରସିପ କରିଥିଲେ।
ନିଜର ୨ୟ ଇନିଂସରେ ୧୯୨ ରନରେ ଅଲଆଉଟ ହୋଇଯାଇଥିଲା ଇଂଲଣ୍ଡ । ଫଳରେ ଭାରତ ଆଗରେ ୧୯୩ ରନର ଲକ୍ଷ୍ୟ ଥିଲା । ଲାଗୁଥିଲା ଏହା ଏକ ସହଜ ଲକ୍ଷ୍ୟ । କିନ୍ତୁ ଲର୍ଡ ପିଚ୍ ନିଜର ପ୍ରକୃତ ରୂପ ଦେଖାଇଥିଲା । ଭାରତୀୟ ବ୍ୟାଟ୍ସମ୍ୟାନମାନେ ଇଂଲଣ୍ଡ ବୋଲରଙ୍କ ଆଗରେ ସଂଘର୍ଷ କରିଥିଲେ । ଭାରତର ପ୍ରମୁଖ ବ୍ୟାଟ୍ସମ୍ୟାନ ଶୁଭମନ ଗିଲ, ଯଶସ୍ବୀ ଜୟସ୍ବାଲ, ଋଷଭ ପନ୍ତ, କରୁଣ ନାୟାର ନିରାଶ କରିଥିଲେ । ତେବେ କେଏଲ ରାହୁଲ ୩୯ ରନ କରିଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/07/14/ind1-2025-07-14-21-40-45.jpg)