ଟି-୨୦ ବିଶ୍ବକପ୍ : ବଟଲରଙ୍କ ବିସ୍ଫୋରକ ଇନିଂସ, ଆମେରିକାକୁ ୧୦ ଓ୍ବିକେଟରେ ହରାଇଲା ଇଂଲଣ୍ଡ

ବ୍ରିଜଟାଉନ : ବାର୍ବାଡୋସର ବ୍ରିଜଟାଉନଠାରେ ଖେଳାଯାଉଥିବା ଆଇସିସି ଟି-୨୦ ବିଶ୍ବକପର ସୁପର-୮ର ଏକ ମ୍ୟାଚରେ ଆମେରିକାକୁ ୧୦ ଓ୍ବିକେଟରେ ପରାସ୍ତ କରିଛି ଇଂଲଣ୍ଡ । ଇଂଲଣ୍ଡ ଦ୍ବାରା ଆମେରିକା ଆଗରେ ୧୧୬ ରନର ଲକ୍ଷ୍ୟ ରଖାଯାଇଥିବାବେଳେ ଇଂଲଣ୍ଡ ମାତ୍ର ୯.୪ ତମ ଓଭରରେ ମ୍ୟାଚ ଜିତି ନେଇଥିଲା । ଦଳ ପକ୍ଷରୁ ଅଧିନାୟକ ଜସ୍ ବଟଲର ୮୩ ରନ ଓ ଫିଲିପ୍ ସଲ୍ଟ ୨୫ ରନ କରିଥିଲେ ।

ଏହି ମ୍ୟାଚରେ ଇଂଲଣ୍ଡ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଆମେରିକା ମାତ୍ର ୯ ରନରେ ପ୍ରଥମ ଓ୍ବିକେଟ ହରାଇଥିଲା । ଏହା ପରେ ଦଳ ୪୩ ରନରେ ୨ୟ ଓ୍ବିକେଟ ହରାଇଥିଲା । ଏହା ପରେ ନିୟମିତ ବ୍ୟବଧାନରେ ଦଳ ଓ୍ବିକେଟ ହରାଇଚାଲିଥିଲା । ଦଳ ପକ୍ଷରୁ ନୀତୀଶ କୁମାର ସର୍ବାଧିକ ୩୦ ରନ କରିଥିବାବେଳେ କୋରି ଆଣ୍ଡରସନ  ୨୯ ରନ କରିଥିବାବେଳେ ହରମିତ ସିଂ ୨୧ ରନ କରିଥିଲେ । ଆଶ୍ଚର୍ଯ୍ୟ କଥା ହେଉଛି ଦଳର ସ୍କୋର ଯେତେବେଳେ ୧୧୫ ରନ ହୋଇଥିଲା ଦଳ ୬ଟି ଓ୍ବିକେଟ ହରାଇଥିଲା । କିନ୍ତୁ ଏହି ରନରେ ହିଁ ଦଳ ଅଲଆଉଟ ହୋଇଯାଇଥିଲା । ଦଳର ଶେଷ ୪ ବ୍ଯାଟ୍ସମ୍ୟାନ ଖାତା ଖୋଲିପାରିନଥିଲେ । ଇଂଲଣ୍ଡର  କ୍ରିସ ଜୋର୍ଡାନଙ୍କ ହ୍ୟାଟ୍ରିକ୍ ଆମେରିକାର ଇନିଂସ ଶେଷ କରିଦେଇଥିଲା । ଇଂଲଣ୍ଡ ପକ୍ଷରୁ କ୍ରିସ ଜୋର୍ଡାନ ୪ଟି ଓ୍ବିକେଟ ନେଇଥିବାବେଳେ ସାମ କୁରାନ ଓ ଆଦିଲ ରସିଦ୍ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

ସମ୍ବନ୍ଧିତ ଖବର