ବିଶ୍ବକପ : ଟସ ଜିତି ବୋଲିଂ ନିଷ୍ପତ୍ତି ନେଲା ଇଂଲଣ୍ଡ

ଓ୍ବେଷ୍ଟଇଣ୍ଡିଜକୁ ୮ ଓ୍ବିକେଟରେ ହରାଇଲା ଅଷ୍ଟ୍ରେଲିଆ

ସାରଜା : ଟି-୨୦ ବିଶ୍ବକପ ଗ୍ରୁପ-୧ର ଦ୍ବିତୀୟ ମ୍ୟାଚ ଆଜି ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଛି । ଏହି ମ୍ୟାଚରେ ଇଂଲଣ୍ଡ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ।

ଏହି ମ୍ୟାଚରେ ବିଜୟ ହାସଲ କଲେ ଇଂଲଣ୍ଡ ଗ୍ରୁପ-୧ରେ ନିଜର ୧ ନମ୍ବର ସ୍ଥାନ ବଜାୟ ରଖିବ । ଦକ୍ଷିଣ ଆଫ୍ରିକା ପାଇଁ ଏହି ମ୍ୟାଚ ବେଶ ଗୁରୁତ୍ବ ବହନ କରୁଛି । ଦକ୍ଷିଣ ଆଫ୍ରିକା ଯ଼ଦି ବଡ଼ ବ୍ୟବଧାନରେ ଇଂଲଣ୍ଡକୁ ପରାସ୍ତ କରେ ତେବେ ଉନ୍ନତ ରନରେଟ ଭିତ୍ତିରେ ସେମିକୁ ଯିବାର ଆଶା ରହିଛି । କିନ୍ତୁ ଆଜି ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷରେ ଅଷ୍ଟ୍ରେଲିଆର ବଡ଼ ବିଜୟ ପରେ ଏହା କଷ୍ଟକର ମନେ ହେଉଛି ।

ଆଜିର ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆ ଓ୍ବେଷ୍ଟ ଇଣ୍ଡିଜକୁ ୮ ଓ୍ବିକେଟରେ ପରାସ୍ତ କରିଛି । ଇଣ୍ଡିଜର ୧୫୮ ରନ ଲକ୍ଷ୍ୟକୁ ଅଷ୍ଟ୍ରେଲିଆ ୧୬.୨ ଓଭରରେ ୨ଟି ଓ୍ବିକେଟ ହରାଇ ୧୬୨ ରନ କରି ହାସଲ କରିନେଇଥିଲା । ଏହା ସହିତ ଅଷ୍ଟ୍ରେଲିଆ ନିଜର ରନରେଟକୁ ଉନ୍ନତ କରିପାରିଛି ।

ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ ଜିତିବା ସହ ଓ୍ବେଷ୍ଟଇଣ୍ଡିଜକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ପ୍ରଥମେ ବ୍ୟାଟିଂ କରି ଇଣ୍ଡିଜ ନିର୍ଦ୍ଧାରିତ ୨୦ ଓଭରରେ ୧୫୭ରନ କରିଥିଲା । କେରନ ପୋଲାର୍ଡ ସର୍ବାଧିକ ୪୪ରନ କରିଥିବାବେଳେ ଏଭିନ ଲୁଇସ୍ ୨୯ ରନ ଓ ସିମରନ ହେଟମେୟର ୨୭ ରନ କରିଥିଲେ ।

ସମ୍ବନ୍ଧିତ ଖବର