ଟି-୨୦ ବିଶ୍ବକପ : ବଟଲରଙ୍କ ବିସ୍ଫୋରକ ଶତକ, ଶ୍ରୀଲଙ୍କା ଆଗରେ ୧୬୪ରନର ଲକ୍ଷ୍ୟ ରଖିଲା ଇଂଲଣ୍ଡ

ସାରଜା : ଟି-୨୦ ବିଶ୍ବକପ ଗ୍ରୁପ-୧ର ଏକ ମ୍ୟାଚରେ ଶ୍ରୀଲଙ୍କା ଆଗରେ ୧୬୪ରନର ବିଜୟ ଲକ୍ଷ୍ୟ ରଖିଛି ଇଂଲଣ୍ଡ । ପ୍ରଥମେ ବ୍ୟାଟିଂ କରି ଜସ୍ ବଟଲରଙ୍କ ବିସ୍ଫୋରକ ଶତକ ବଳରେ ଇଂଲଣ୍ଡ ୨୦ ଓଭରରେ ୧୬୩ରନ କରିଥିଲା ।

ଏହି ମ୍ୟାଚରେ ଶ୍ରୀଲଙ୍କା ଟସ ଜିତି ଇଂଲଣ୍ଡକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା । ଜସ ବଟଲର ମାତ୍ର ୬୭ ବଲରେ ୧୦୧ ରନ କରି ଚଳିତ ବିଶ୍ବକପର ପ୍ରଥମ ଶତକ ହାସଲ କରିଛନ୍ତି । ସେହିପରି ଇଅନ ମୋର୍ଗାନ ଦ୍ବିତୀୟ ସର୍ବାଧିକ ୪୦ ରନ କରିଥିଲେ । ଶ୍ରୀଲଙ୍କା ପକ୍ଷରୁ ହସରଙ୍ଗା ୩ଟି ଓ୍ବିକେଟ ନେଇଥିଲେ ।

ଇଂଲଣ୍ଡ ନିଜର ୩ଟିଯାକ ମ୍ୟାଚରେ ବିଜୟ ହାସଲ କରି ୬ ପଏଣ୍ଟ ପାଇବା ସହ ଗ୍ରୁପ-୧ରେ ନିଜର ସ୍ଥିତି ସୁଦୃଢ କରିଛି ଓ ସେମିଫାଇନାଲ ପାଇଁ ଏକ ପ୍ରମୁଖ ଦାବିଦାରରେ ପରିଣତ ହୋଇଛି । ଅନ୍ୟପକ୍ଷରେ ଶ୍ରୀଲଙ୍କା ଦଳ ଏପର୍ଯ୍ୟନ୍ତ ୩ଟି ମ୍ୟାଚ ଖେଳି ଗୋଟିଏ ମ୍ୟାଚରେ ବିଜୟ ହାସଲ କରିଛି  ଓ ୨ ପଏଣ୍ଟ ପାଇଛି । ଦଳର ରନ ରେଟ ମଧ୍ୟ ନକାରାତ୍ମକ ସ୍ତରରେ ରହିଛି । ଫଳରେ ଦଳ ପାଇଁ ଏହି ମ୍ୟାଚର ଗୁରୁତ୍ବ ବଢିଯାଇଛି ।

ସମ୍ବନ୍ଧିତ ଖବର