୪ର୍ଥ ଟେଷ୍ଟ : ଇଂଲଣ୍ଡ ୨୯୦ ରନରେ ଅଲଆଉଟ୍, ଭାରତଠାରୁ ୯୯ ରନରେ ଅଗ୍ରଣୀ

ଲଣ୍ଡନ : କେନିଂଟନ ଓଭାଲଠାରେ ଚାଲିଥିବା ୪ର୍ଥ ଟେଷ୍ଟରେ ଇଂଲଣ୍ଡ ୨୯୦ ରନରେ ଅଲଆଉଟ୍ ହୋଇଯାଇଛି । ଏହା ସହିତ ଇଂଲଣ୍ଡ ପ୍ରଥମ ଇନିଂସରେ  ୯୯ ରନରେ ଅଗ୍ରଣୀ ହାସଲ କରିଛି ।

ଗତତାଲି ଭାରତକୁ ୧୯୧ ରନରେ ଅଲଆଉଟ କରିବା ପରେ ଇଂଲଣ୍ଡ ଦଳ ନିଜ ବ୍ୟାଟିଂ ଆରମ୍ଭ କରିଥିଲା । କିନ୍ତୁ ଭାରତ ପରି ଇଂଲଣ୍ଡ ମଧ୍ୟ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଏପରିକି ଦଳ ମାତ୍ର ୬୨ ରନରେ ୫ଟି ଓ୍ବିକେଟ୍ ହରାଇ ବିପଦରେ ପଡ଼ିଥିଲା । କିନ୍ତୁ ନିମ୍ନ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନଙ୍କ ଲଢୁଆ ପ୍ରଦର୍ଶନ ଯୋଗୁଁ ଇଂଲଣ୍ଡ ନିଜର ସ୍ଥିତିକୁ ସୁଧାରି ନେଇଥିଲା । ଓଲି ପୋପ୍ ୮୧ ରନ କରିଥିବାବେଳେ ଜନି ବେୟାରଷ୍ଟୋ ୩୭, ମୋଇନ ଅଲି ୩୫ ରନ ଓ କ୍ରିସ ଓକ୍ସ ୫୦ ରନ କରିଥିଲେ ।

ଭାରତ ପକ୍ଷରୁ ଉମେଶ ଯାଦବ ୩ ଓ୍ବିକେଟ ନେଇଥିବାବେଳେ ଯଶପ୍ରୀତ ବୁମରା ଓ ରବୀନ୍ଦ୍ର ଜାଦେଜା ୨ଟି ଲେଖାଏଁ, ଶାର୍ଦ୍ଦୁଳ ଠାକୁର ଓ ମହମ୍ମଦ ସିରାଜ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

ସମ୍ବନ୍ଧିତ ଖବର