ପ୍ରଥମ ଦିନିକିଆ : ବୁମରାଙ୍କ ବୋଲିଂ ଆଗରେ ଇଂଲଣ୍ଡର ଆତ୍ମସମର୍ପଣ, ୧୧୦ ରନରେ ଅଲଆଉଟ୍

ଲଣ୍ଡନ : କେନିଙ୍ଗଟନ ଓଭାଲଠାରେ୍ ଖେଳାଯାଉଥିବା ପ୍ରଥମ ଦିନିକିଆରେ ଇଂଲଣ୍ଡ ଦଳ ଲଜ୍ଜାଜନକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ଭାରତୀୟ ଦ୍ରୁତ ବୋଲର ଜସପ୍ରୀତ ବୁମରାଙ୍କ ଶାଣିତ ବୋଲିଂର ସାମନା କରିନପାରି ଇଂଲଣ୍ଡ ମାତ୍ର ୧୧୦ ରନରେ ଅଲଆଉଟ୍ ହୋଇଯାଇଛି । ଫଳରେ ଭାରତ ଆଗରେ ୧୧୧ ରନର ବିଜୟ ଲକ୍ଷ୍ୟ ରହିଛି ।

ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ଆରମ୍ଭରୁ ହିଁ ନିୟମିତ ବ୍ୟବଧାନରେ ଓ୍ବିକେଟ ହରାଇ ଚାଲିଥିଲା । ତାରକା ଖଚିତ ଏହି ଦଳର କୌଣସି ବ୍ୟାଟ୍ସମ୍ୟାନ ବୁମରାଙ୍କ ବୋଲିଂର ସାମନା କରିପାରିନଥିଲେ । ଦଳର ୪ ଜଣ ବ୍ୟାଟ୍ସମ୍ୟାନ -ଜାସନ ରଏ, ଜୋଏ ରୁଟ, ବେନ ଷ୍ଟୋକ୍ସ ଓ ଲିଆମ ଲିଭିଙ୍ଗଷ୍ଟୋନ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଯାଇଥିଲେ । ସେହିପରି ଜନି ବେୟାରଷ୍ଟୋ ୭ ରନ ଓ ମୋଇନ ଅଲି ୧୪ ରନ କରିଥିଲେ । ତେବେ ଅଧିନାୟକ ଜସ ବଟଲର କିଛି ସମୟ କ୍ରିଜରେ ତିଷ୍ଠି ରହି ଭାରତୀୟ ବୋଲରଙ୍କ ମୁକାବିଲା କରିଥିଲେ । ସେ ୩୦ ରନ କରି ସାମିଙ୍କ ବଲରେ ଆଉଟ ହୋଇଥିଲେ । ଭାରତ ପକ୍ଷରୁ ବୁମରା ୬ଟି ଓ୍ବିକେଟ ନେଇଥିବାବେଳେ ମହମ୍ମଦ ସାମି ୩ଟି ଓ୍ବିକେଟ ନେଇଥିଲେ ।

ସମ୍ବନ୍ଧିତ ଖବର