ଲର୍ଡସ : ଲର୍ଡ୍ସ ଟେଷ୍ଟ ଏକ ରୋଚକ ସ୍ଥିତିରେ ପହଞ୍ଚିଯାଇଛି, ଯେଉଁଠାରୁ ଟିମ ଇଣ୍ଡିଆ ପାଇଁ ବିଜୟ ସମ୍ଭାବନା ଦେଖାଯାଉଛି । ଇଂଲଣ୍ଡ ନିଜର ଦ୍ବିତୀୟ ଇନିଂସରେ ୧୯୨ ରନରେ ଅଲଆଉଟ ହୋଇଯାଇଛି । ଫଳରେ ଭାରତ ଆଗରେ ୧୯୩ ରନର ବିଜୟ ଲକ୍ଷ୍ୟ ରହିଛି ଓ ଭାରତ ପାଖରେ ପ୍ରାୟ ଦେଢ ଦିନ ରହିଛି । ଏଣୁ ଭାରତ ପାଇଁ ଏକ ନିଶ୍ଚିତ ବିଜୟ ସମ୍ଭାବନା ସୃଷ୍ଟି ହୋଇଛି ।
ପ୍ରଥମ ଇନିଂସରେ ୩୮୭ ରନ କରିଥିବା ଇଂଲଣ୍ଡ ନିଜର ଦ୍ବିତୀୟ ଇନିଂସରେ ମାତ୍ର ୧୯୨ ରନ କରି ଅଲଆଉଟ ହୋଇଯାଇଥିଲା । ଦଳ ପକ୍ଷରୁ ଜୋ ରୁଟ ୪୦ ରନ କରିଥିବାବେଳେ ବେନ ଷ୍ଟୋକ୍ସ ୩୩ ରନ ଓ ହେରୀ ବ୍ରୁକ ୨୩ ରନ କରିଥିଲେ । ଭାରତ ପକ୍ଷରୁ ଓ୍ବାସିଂଟନ ସୁନ୍ଦର ୪ଟି ଓ୍ବିକେଟ ନେଇଥିବାବେଳେ ଯସପ୍ରୀତ ବୁମରା ଓ ମହମ୍ମଦ ସିରାଜ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ନୀତୀଶ ରେଡ୍ଡୀ ଓ ଆକାଶ ଦୀପ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।
ସୂଚନାଯୋଗ୍ୟ ଯେ ଭାରତ ମଧ୍ୟ ନିଜର ପ୍ରଥମ ଇନିଂସରେ ୩୮୭ ରନ କରି ଅଲଆଉଟ ହୋଇଯାଇଥିଲା । ଦଳ ପକ୍ଷରୁ କେଏଲ ରାହୁଲ ୧୦୦ ରନ କରିଥିବାବେଳେ ଋଷଭ ପନ୍ତ ଓ ରବୀନ୍ଦ୍ର ଜାଦେଜା ଅର୍ଦ୍ଧଶତକ ଅର୍ଜନ କରିଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/07/13/gvv3r_rwiaajbja-2025-07-13-21-30-30.jpg)