ଅକ୍ଷର ପଟେଲଙ୍କ ଘାତକ ବୋଲିଂ, ପ୍ରଥମ ପାଳିରେ ଇଂଲଣ୍ଡ ୧୧୨ ରନରେ ଅଲଆଉଟ୍

ଅହମଦାବାଦ: ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଆଜି ଆରମ୍ଭ ହୋଇଥିବା ଭାରତ-ଇଂଲଣ୍ଡ ୩ୟ ଟେଷ୍ଟରେ ପ୍ରଥମେ ବ୍ୟାଟିଂ କରିଥିବା ଭ୍ରମଣକାରୀ ଇଂଲଣ୍ଡ ଦଳ ନିଜର ପ୍ରଥମ ପାଳିରେ ମାତ୍ର ୧୧୨ ରନରେ ଅଲଆଉଟ ହୋଇଯାଇଛି । ଓପନର ଜାକ୍ କ୍ରାଉଲିଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ବଡ଼ ସ୍କୋର କରିପାରିନଥିଲେ ।

ଟସ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଇଂଲଣ୍ଡ ଆରମ୍ଭରୁ ୨ଟି ଓ୍ବିକେଟ ହରାଇଛି । ପରେ ଓପନର ଜାକ୍ କ୍ରାଇଲି ଓ ଅଧିନାୟକ ଜୋ ରୁଟ୍ ସତର୍କତାର ସହ ବ୍ୟାଟିଂ କରିବା ସହ ଦଳକୁ ବିପଦରୁ ଉଦ୍ଧାର କରିଥିଲେ । ତେବେ କ୍ରାଉଲି ୫୩ ରନ ଓ ରୁଟ ମାତ୍ର ୧୭ ରନ କରି ଆଉଟ ହେବା ପରେ ଦଳ ସଂକଟ ମଧ୍ୟକୁ ଠେଲିହୋଇଯାଇଥିଲା । ପରବର୍ତ୍ତୀ ବ୍ୟାଟ୍ସମ୍ୟାନମାନେ ବି କ୍ରିଜରେ ଅଧିକ ସମୟ ତିଷ୍ଠିପାରିନଥିଲେ  । ଫଳରେ ଦଳ ନିୟମିତ ବ୍ୟବଧାନରେ ଓ୍ବିକେଟ ହରାଇଚାଲିଥିଲା । ଦଳ ୪୮.୩ ଓଭର ଖେଳି ୧୧୨ ରନ କରି ଅଲଆଉଟ ହୋଇଯାଇଥିଲା ।

ଭାରତ ପକ୍ଷରୁ ଅକ୍ଷର ପଟେଲ ଘାତକ ବୋଲିଂର ପ୍ରଦର୍ଶନ କରି ୬ଟି ଓ୍ବିକେଟ ନେଇଥିଲେ । ରବିଚନ୍ଦ୍ରନ ଅଶ୍ବିନ ୩ଟି ଓ ଇଶାନ୍ତ ଶର୍ମା ଗୋଟିଏ ଓ୍ବିକେଟ ନେଇଥିଲେ ।

ସମ୍ବନ୍ଧିତ ଖବର