୪ର୍ଥ ଟେଷ୍ଟ : ଇଂଲଣ୍ଡ ୨୦୫ ରନରେ ଅଲଆଉଟ୍, ଭାରତ ୪/୧

ଅହମଦାବାଦ : ଭାରତ-ଇଂଲଣ୍ଡ ୪ର୍ଥ ଟେଷ୍ଟରେ ଆଜି  ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଆରମ୍ଭ ହୋଇଛି । ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଇଂଲଣ୍ଡ ନିଜର ପ୍ରଥମ ଇନିଂସରେ ୨୦୫ ରନରେ ଅଲଆଉଟ ହୋଇଯାଇଛି । ଇଂଲଣ୍ଡ ପକ୍ଷରୁ ବେନ ଷ୍ଟୋକ୍ସ ସର୍ବାଧିକ ୫୫ରନ ଓ ଡାନିଏଲ ଲରେନ୍ସ ୪୬ରନ କରିଥିଲେ । ତେବେ ଅନ୍ୟ ବ୍ୟାଟ୍ସମ୍ୟାନମାନେ ବିଶେଷ ଯୋଗଦାନ ଦେଇପାରିନଥିଲେ । ଭାରତ ପକ୍ଷରୁ ଅକ୍ଷର ପଟେଲ ୪ଟି, ରବିଚନ୍ଦ୍ରନ ଅଶ୍ବିନ ୩ଟି ଓ ସିରାଜ ୨ଟି ଓ୍ବିକେଟ ନେଇଥିଲେ ।

ଇଂଲଣ୍ଡ ଅଲଆଉଟ ହେବା ପରେ ଭାରତ ନିଜର ପ୍ରଥମ ଇନିଂସ ବ୍ୟାଟିଂ ଆରମ୍ଭ କରିଛି । ରିପୋର୍ଟ ଲେଖା ହେବା ବେଳକୁ ଭାରତ ଗୋଟିଏ ଓ୍ବିକେଟ ହରାଇ ୪ ରନ କରିଥିଲା । ଶୁଭମନ ଗିଲ ଖାତା ଖୋଲିବା ପୂର୍ବରୁ ଜେମ୍ସ ଆଣ୍ଡରସନଙ୍କ ଦ୍ବାରା ଏଲବିଡବ୍ଲୁ ଆଉଟ ହୋଇଛନ୍ତି । କ୍ରିଜରେ ଏବେ ରୋହିତ ଶର୍ମା ଓ ଚେତେଶ୍ବର ପୂଜାରା ଅଛନ୍ତି ।

ଚଳିତ ଟେଷ୍ଟ ସିରିଜରେ ଭାରତ ୨-୧ରେ ଆଗୁଆ ରହିଛି । ୩ୟ ଟେଷ୍ଟରେ ଭାରତ ଇଂଲଣ୍ଡକୁ ୧୦ ଓ୍ବିକେଟରେ ହରାଇଥିଲା ।

ସମ୍ବନ୍ଧିତ ଖବର