ବିଶାଖାପାଟଣା : ବିଶାଖାପାଟଣା ଟେଷ୍ଟର ୨ୟ ଦିନରେ ନିଜର ସ୍ଥିତି ସୁଦୃଢ କରିଛି ଟିମ ଇଣ୍ଡିଆ । ପ୍ରଥମ ଇନିଂସରେ ଭାରତ ୩୯୬ ରନ କରି ଅଲ ଆଉଟ ହେବା ପରେ ଇଂଲଣ୍ଡ ନିଜର ପ୍ରଥମ ଇନିଂସରେ ୨୫୩ ରନ କରି ଅଲଆଉଟ ହୋଇଯାଇଛି । ଫଳରେ ଭାରତ ପ୍ରଥମ ଇନିଂସରେ ୧୪୩ ରନରେ ଆଗୁଆ ରହିଛି । ଆଜିର ଷ୍ଟମ୍ସ ଅପସାଗରଣ ବେଳକୁ ଭାରତ ନିଜର ୨ୟ ଇନିଂସରେ କୌଣସି ଓ୍ବିକେଟ ନହରାଇ ୨୮ ରନ କରିଛି ଓ ଇଂଲଣ୍ଡ ଠାରୁ ୧୭୧ ରନରେ ଆଗୁଆ ହୋଇଯାଇଛି ।

Advertisment

ଇଂଲଣ୍ଡ ପକ୍ଷରୁ ଜ୍ୟାକ୍ କ୍ରାଉଲି ୭୬ରନ କରିଥିବାବେଳେ ବେନ୍ ଡକେଟ୍ ୨୧ରନ କରିଥିଲେ । ସେହିପରି ବେନ ଷ୍ଟୋକ୍ସ ୪୭ ରନ ଓ ଜନି ବେୟାରଷ୍ଟୋ ୨୫ରନ କରିଥିଲେ । କିନ୍ତୁ ଦଳର ମଧ୍ୟକ୍ରମ ଓ ନିମ୍ନକ୍ରମ ଭଲ ପ୍ରଦର୍ଶନ କରିପାରିନଥିଲା ଓ ନିୟମିତ ବ୍ୟବଧାନରେ ଓ୍ବିକେଟ ହରାଇଥିଲା । ଭାରତ ପକ୍ଷରୁ ଯଶପ୍ରୀତ ବୁମରା ୬ଟି ଓ୍ବିକେଟ ନେଇଥିବାବେଳେ କୁଳଦୀପ ଯାଦବ ୩ଟି ଓ୍ବିକେଟ ନେଇଥିଲେ ।

ଆଜି ଭାରତ ନିଜର ଗତକାଲିର ସ୍କୋର ୩୩୬/୬ରୁ ଆଗକୁ ଖେଳିବା ଆରମ୍ଭ କରିଥିଲା । ଗତକାଲ ଅପରାଜିତ ଥିବା ଯଶସ୍ବୀ ଜୟସ୍ବାଲ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ । ସେ ୨୦୯ ରନ କରି ଜେମ୍ସ ଆଣ୍ଡରସନଙ୍କ ବଲରେ ଆଉଟ ହୋଇଥିଲେ । କିନ୍ତୁ ଭାରତର ଅନ୍ୟ ବ୍ୟାଟ୍ସମ୍ୟାନମାନେ ବଡ଼ ସ୍କୋର କରିପାରିନଥିଲେ । ଅଧିନାୟକ ରୋହିତ ମାତ୍ର ୧୪ ରନ କରି ଆଉଟ ହୋଇଥିଲେ । ତାଙ୍କ ପରେ ଆସିଥିବା ଶୁଭମନ ଗିଲ ୩୪ ରନ କରିଥିବାବେଳେ ଶ୍ରେୟସ ଆୟର ଓ ରଜତ ପଟ୍ଟିଦାର ଯଥାକ୍ରମେ ୨୭ ଓ ୩୨ ରନ କରିଥିଲେ । ଅକ୍ଷର ପଟେଲ ୨୭ ରନ କରିଥିଲେ । ଶ୍ରୀକର ଭାରତ ୧୭ ରନ ଓ ଆର.ଅଶ୍ବୀନ ୨୦ ରନ କରିଥିଲେ ।