ଲିଡ୍ସ : ରୋଚକ ମୋଡ଼ରେ ପହଞ୍ଚିଛି ହେଡିଙ୍ଗଲେ ଟେଷ୍ଟ । ଭାରତର ପ୍ରଥମ ଇନିଂସ ସ୍କୋର ୪୭୧ ରନ ଜବାବରେ ଇଂଲଣ୍ଡ ୪୬୫ ରନ କରି ଅଲଆଉଟ ହୋଇଯାଇଛି । ଭାରତ ପକ୍ଷରୁ ଯଶପ୍ରୀତ ବୁମରା ୫ଟି ଓ୍ବିକେଟ ନେଇଛନ୍ତି ।

Advertisment

ରବିବାର ଥିଲା ଏହି ଟେଷ୍ଟ ମ୍ୟାଚର ୩ୟ ଦିନ । ଆଜି ଇଂଲଣ୍ଡ ନିଜର ଗତକାଲିର ସ୍କୋର ୨୦୯/୩ରୁ ଆଗକୁ ଖେଳିବା ଆରମ୍ଭ କରିଥିଲା । ଦଳ ପକ୍ଷରୁ ବେନ ଡକେଟ ଓ ଓଲି ପୋପଙ୍କ ମଧ୍ୟରେ ଏକ ଭଲ ପାର୍ଟନରସିପ ଦେଖିବାକୁ ମିଳିଥିଲା । ଡକେଟ୍ ୬୨ ରନ କରିଥିବାବେଳେ ଓଲି ପୋପ ୧୦୬ ରନ କରିଥିଲେ । ଜୋ ରୁଟ ୨୮ ରନ କରିଥିଲେ । ତେବେ ହେରୀ ବ୍ରୁକ ୯୯ ରନ ପାଳି ଖେଳି ଅଳ୍ପକେ ଶତକରୁ ବଞ୍ଚିତ ହୋଇଥିଲେ । ଜେମି ସ୍ମିଥ ୪୦ ରନ ଓ କ୍ରିସ୍ ଓକ୍ସ ୩୮ ରନ କରିଥିଲେ ।  

ଭାରତ ପକ୍ଷରୁ ଯଶପ୍ରୀତ ବୁମରା ୫ଟି ଓ୍ବିକେଟ ନେଇଥିବାବେଳେ ପ୍ରସିଦ୍ଧ କ୍ରିଷ୍ଣା ୩ଟି ଓ୍ବିକେଟ ନେଇଥିଲେ । ସେହିପରି ମହମ୍ମଦ ସିରାଜ ୨ଟି ଓ୍ବିକେଟ ନେଇଥିଲେ। ଭାରତ ନିଜର ପ୍ରଥମ ଇନିଂସରେ ୪୭୧ ରନ କରିଥିଲା ।