ବେକହାମ୍‌ଙ୍କ ଭବିଷ୍ୟବାଣୀ ଇଂଲଣ୍ଡ-ଆର୍ଜେଣ୍ଟିନା ଫାଇନାଲ୍‌

ଲଣ୍ଡନ: ଇଂଲଣ୍ଡର ପୂର୍ବତନ ଅଧିନାୟକ ଡେଭିଡ୍‌ ବେକହାମ୍‌ ବିଶ୍ୱକପ୍‌କୁ ନେଇ ଭବିଷ୍ୟବାଣୀ କରିଛନ୍ତି। ରୁଷିଆରେ ଖେଳା ଯାଉଥିବା ବିଶ୍ୱକପ୍‌ର ଫାଇନାଲ୍‌ ଇଂଲଣ୍ଡ ଏବଂ ଆର୍ଜେଣ୍ଟିନା ମଧ୍ୟରେ ହେବ ବୋଲି ସେ ଆକଳନ କରିଛନ୍ତି। ଇଂଲଣ୍ଡ ତା’ର ପ୍ରଥମ ମୁକାବିଲାରେ ଅଧିନାୟକ ହାରି କେନ୍‌ଙ୍କ ଯୁଗଳ ଗୋଲ୍‌ ସହାୟତାରେ ଟ୍ୟୁନିସିଆକୁ ୨-୧ ଗୋଲ୍‌ରେ ପରାସ୍ତ କରିଥିଲା। ଅନ୍ୟପକ୍ଷରେ ଆର୍ଜେଣ୍ଟିନା ତା’ର ଆଇସ୍‌ଲାଣ୍ଡ ବିପକ୍ଷ ପ୍ରଥମ ମ୍ୟାଚ୍‌କୁ ଅମୀମାଂସିତ ରଖିଛି। ଚୀନ୍‌ରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ବେକହାମ କହିଥିଲେ ଯେ ବିଶ୍ୱକପ୍‌ ଫାଇନାଲ୍‌ ଇଂଲଣ୍ଡ ଏବଂ ଆର୍ଜେଣ୍ଟିନା ମଧ୍ୟରେ ଖେଳାଯିବ। ଯଦି ଏହା ହୁଏ ତାହାଲେ ମୁଁ ଚାହିଁବି ଇଂଲଣ୍ଡ ଦ୍ୱିତୀୟ ବାର ବିଶ୍ୱବିଜେତା ହେଉ। ସୂଚନାଯୋଗ୍ୟ ଯେ ଇଂଲଣ୍ଡ ୧୯୬୬ ମସିହାରେ ଶେଷ ଥର ପାଇଁ ବିଶ୍ୱକପ୍‌ ଜିତିଥିଲା। ସେବେଠାରୁ ଆଉ ଫାଇନାଲ୍‌ ପାଖକୁ ବି ଯାଇପାରିନାହିଁ। ୨୦୦୬ରେ ବେକହାମଙ୍କ ନେତୃତ୍ୱରେ କ୍ୱାର୍ଟର ଫାଇନାଲ୍‌ ଯିବା ଗତ ୫୨ ବର୍ଷ ଭିତରେ ଏହାର ଶ୍ରେଷ୍ଠ ପ୍ରଦର୍ଶନ।

ସମ୍ବନ୍ଧିତ ଖବର