ଗଲ୍: ଲାହିରୁ ଥିରିମାନେଙ୍କ ଶତକ (୧୧୧, ୨୫୧ ବଲ୍) ଏବଂ ଆଞ୍ଜେଲୋ ମାଥ୍ୟୁସ (୭୧, ୨୧୯ ବଲ୍)ଙ୍କ ଅର୍ଦ୍ଧଶତକ ବଳରେ ଶ୍ରୀଲଙ୍କା ଦ୍ବିତୀୟ ପାଳିରେ ୩୫୯ ରନ୍ କରିବା ସତ୍ତ୍ବେ ପ୍ରଥମ ପାଳି ବିପର୍ଯ୍ୟୟ ପାଇଁ ପରାଜୟ ମୁହାଁ ହୋଇଛି। ଇଂଲଣ୍ଡ ସମ୍ମୁଖରେ ୭୪ ରନ୍ ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ଜୋ ରୁଟଙ୍କ ଦଳ ୩୮ ରନ୍ରେ ୩ ୱିକେଟ୍ ହରାଇ ଆହୁରି ୩୬ ରନ୍ ଦୂରରେ ରହିଛି। ଥିରିମାନେଙ୍କ ଦ୍ବିତୀୟ ଟେଷ୍ଟ୍ ଶତକ ଏବଂ ଜ୍ୟାକ୍ ଲିଚ୍ଙ୍କ ଦ୍ବିତୀୟ ୫ ୱିକେଟ୍ ସଫଳତା ଚତୁର୍ଥ ଦିନର ମୁଖ୍ୟାଂଶ ଥିଲା।
ସଂକ୍ଷିପ୍ତ ସ୍କୋର: ଶ୍ରୀଲଙ୍କା ପ୍ରଥମ ପାଳି: ୧୩୫ (ଦୀନେଶ ଚାନ୍ଦିମାଳ-୨୮, ଡୋମିନିକ୍ ବେସ୍-୫/୩୦, ଷ୍ଟୁଆର୍ଟ ବ୍ରଡ୍-୩/୨୦)। ଇଂଲଣ୍ଡ ପ୍ରଥମ ପାଳି: ୪୨୧ (ଜୋ ରୁଟ୍-୨୨୮, ଡାନିଏଲ୍ ଲରେନ୍ସ-୭୩, ଦିଲରୁୱାନ ପେରେରା-୪/୧୦୯, ଲସିଥ୍ ଏମ୍ବୁଲଦେନିୟା-୩/୧୭୬, ଅସିଥା ଫର୍ଣ୍ଣାଣ୍ଡୋ-୨/୪୪)। ଶ୍ରୀଲଙ୍କା ଦ୍ବିତୀୟ ପାଳି: ୧୩୬.୫ ଓଭରରେ ୩୫୯ (ଲାହିରୁ ଥିରିମାନେ-୧୧୧, ଆଞ୍ଜେଲୋ ମାଥ୍ୟୁସ-୭୧, କୁସାଲ ପେରେରା-୬୨, ଜ୍ୟାକ୍ ଲିଚ୍-୫/୧୨୨, ଡୋମିନିକ୍ ବେସ୍-୩/୧୦୦, ସାମ୍ କରନ୍-୨/୩୭)। ଇଂଲଣ୍ଡ ଦ୍ବିତୀୟ ପାଳି: ୧୫ ଓଭରରେ ୩୮/୩ (ଜନି ବେୟାରଷ୍ଟୋ-୧୧*, ଡାନିଏଲ୍ ଲରେନ୍ସ-୭*, ଲସିଥ୍ ଏମ୍ବୁଲଦେନିୟା-୨/୧୩)।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/f5h4sfh4fs4h6f5s4fs654h65fs.jpg)