ଧର୍ମଶାଳା : ହିମାଚଳ ପ୍ରଦେଶର ଧର୍ମଶାଳାଠାରେ ଚାଲିଥିବା ଆଇସିସି ବିଶ୍ବକପର ଏକ ମ୍ୟାଚରେ ବାଂଲାଦେଶକୁ ୧୩୭ ରନରେ ହରାଇଦେଇଛି ଇଂଲଣ୍ଡ । ଏହା ସହିତ ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡଠାରୁ ହାରିଥିବା ଇଂଲଣ୍ଡ ନିଜର ବିଜୟଯାତ୍ରା ଆରମ୍ଭ କରିଛି ।

Advertisment

ଏହି ମ୍ୟାଚରେ ବାଂଲାଦେଶ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୫୦ ଓଭରରେ ୯ ଓ୍ବିକେଟ ହରାଇ ୩୬୪ ରନ କରିଥିଲା । ଦଳ ପକ୍ଷରୁ ଡାଓ୍ବିଡ୍ ମଲାନ ୧୪୦ ରନ କରିଥିବାବେଳେ ଜୋ ରୁଟ୍ ୮୨ ରନ ଓ ଜନି ବେୟାରଷ୍ଟୋ ୫୨ରନ କରିଥିଲେ । ୩୬୫ ରନର ପିଛା କରିବାକୁ ଯାଇ ବାଂଲାଦେଶ ୪୮.୨ ଓଭରରେ ୨୨୭ ରନ କରି ଅଲଆଉଟ୍ ହୋଇଯାଇଥିଲା । ଦଳ ପକ୍ଷରୁ ଲିଟନ ଦାସ୍ ୭୬ ରନ କରିଥିବାବେଳେ ମୁସ୍ତାଫିକୁର ରହିମ୍ ୫୧ ରନ କରିଥିଲେ ଓ ତାଓ୍ବହିଦ ହ୍ରିଦଏ ୩୯ ରନ କରିଥିଲେ ।

ଆଜିର ଅନ୍ୟ ମ୍ୟାଚରେ ପାକିସ୍ତାନ ଆଗରେ ୩୪୫ ରନର ବିଜୟ ଲକ୍ଷ୍ୟ ରଖିଛି ଶ୍ରୀଲଙ୍କା । ଶ୍ରୀଲଙ୍କା ପକ୍ଷରୁ କୁଶଲ ମେଣ୍ଡିସ ଓ ସଦିରା ସମରଓ୍ବିକ୍ରମା ଶତକ ହାସଲ କରିଥିଲେ ।