୩ୟ ଟି-୨୦ : ଭାରତକୁ ୮ ଓ୍ବିକେଟରେ ହରାଇଲା ଇଂଲଣ୍ଡ

ଅହମଦାବାଦ : ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଖୋଳାଯାଇଥିବା ୩ୟ ଟି-୨୦ ମ୍ୟାଚରେ ଇଂଲଣ୍ଡ ଭାରତକୁ ୮ ଓ୍ବିକେଟରେ ପରାସ୍ତ କରିଛି । ଏହି ବିଜୟ ସହ ଇଂଲଣ୍ଡ ଏହି ସିରିଜରେ ୨-୧ରେ ଆଗୁଆ ରହିଛି ।

ଭାରତର ୧୫୭ ରନ ଲକ୍ଷ୍ୟକୁ ଇଂଲଣ୍ଡ ଦଳ ୧୮.୨ ଓଭରରେ ହାସଲ କରିନେଇଥିଲା । ଜସ ବଟଲର ଅପରାଜିତ ୮୩ ରନ କରିଥିବାବେଳେ ଜନି ବେୟାରଷ୍ଟୋ ଅପରାଜିତ ୪୦ ରନ କରିଥିଲେ । ସେହିପରି ଡାଓ୍ବିଡ ମଲାନ ୧୮ ରନ କରିଥିଲେ ।

ଏହି ମ୍ୟାଚରେ ଇଂଲଣ୍ଡ ଅଧିନାୟକ ଇଅନ ମୋର୍ଗାନ ଟସ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ । ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୫୬ ରନ କରିଛି । ଭାରତ ପକ୍ଷରୁ ଅଧିନାୟକ ବିରାଟ କୋହଲି ୭୭ ରନ କରି ଅପରାଜିତ ରହିଛନ୍ତି । ତେବେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ବିଶେଷ ଯୋଗଦାନ ଦେଇପାରି ନଥିଲେ । ରୋହିତ ଶର୍ମା ୧୫ ରନ କରିଥିବା ବେଳେ ଋଷଭ ପନ୍ତ ୨୫ ରନ କରି ଆଉଟ ହୋଇଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ୧୭ ରନ କରି ପଡ଼ିଆରୁ ବିଦାୟ ନେଇଥିଲେ।

ସମ୍ବନ୍ଧିତ ଖବର