ଇନ୍ଦୋର : ଇନ୍ଦୋରଠାରେ ରବିବାର ଖେଳାଯାଇଥିବା ମହିଳା ବିଶ୍ବକପର ଏକ ରୋମାଞ୍ଚକର ମ୍ୟାଚରେ (ENGvIND)ମହିଳା ବିଶ୍ବକପ : ଭାରତକୁ ୪ ରନରେ ହରାଇଲା ଇଂଲଣ୍ଡ) ଇଂଲଣ୍ଡ ଭାରତକୁ ୪ ରନରେ ପରାସ୍ତ କରିଛି। ବିଜୟ ପାଇଁ ଇଂଲଣ୍ଡ ଭାରତ ଆଗରେ ୨୮୯ ରନର ଲକ୍ଷ୍ୟ ରଖିଥିବାବେଳେ ଭାରତ ୫୦ ଓଭରରେ ୬ ଓ୍ବିକେଟ ହରାଇ ୨୮୪ ରନ କରିପାରିଥିଲା । ଭାରତ ପକ୍ଷରୁ ସ୍ମୃତି ମାନ୍ଧାନା ୮୮ ରନ କରିଥିବାବେଳେ ହରମନପ୍ରିତ ୭୦ ରନ ଓ ଦିପ୍ତି ଶର୍ମା ୫୦ ରନ କରିଥିଲେ ।
ଶେଷ ଓଭରରେ ଦୀପ୍ତି ଶର୍ମାଙ୍କ ୱିକେଟ ପଡ଼ିବା ପରେ ମ୍ୟାଚ୍ ଇଂଲଣ୍ଡ ହାତକୁ ଯାଇଥିଲା। ଶେଷ ତିନି ଓଭରରୁ ଭାରତକୁ କେବଳ ୨୭ ରନ ଆବଶ୍ୟକ ଥିଲା, କିନ୍ତୁ ଦଳର ନିମ୍ନକ୍ରମ ଏହି ଲକ୍ଷ୍ୟ ହାସଲ କରିବାରେ ବିଫଳ ହୋଇଥିଲେ ।
ଏହି ମ୍ୟାଚରେ ଇଂଲଣ୍ଡ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ଦଳ ହିଥର ନାଇଟଙ୍କ ଶତକ ବଳରେ ୫୦ ଓଭରରେ ୮ ଓ୍ବିକେଟ ହରାଇ ୨୮୮ ରନ କରିପାରିଥିଲା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/10/19/india-w-2025-10-19-22-53-04.jpg)