କୋଲକାତା : କୋଲକାତାର ଇଡେନ ଗାଡେନ୍ସଠାରେ ଖେଳାଯାଉଥିବା ଆଇସିସି ବିଶ୍ବକପର ଏକ ମ୍ୟାଚରେ ପାକିସ୍ତାନକୁ ୯୩ ରନରେ ପରାସ୍ତ କରିଛି ଇଂଲଣ୍ଡ । ତେବେ ଏହା ସହିତ ବିଶ୍ବକପରେ ଉଭୟ ଦଳର ଅଭିଯାନ ଶେଷ ହୋଇଯାଇଛି ।

Advertisment

ବିଜୟ ପାଇଁ ପାକିସ୍ତାନ ଆଗରେ ୩୩୮ ରନର ଲକ୍ଷ୍ୟ ରଖିଥିଲା ଇଂଲଣ୍ଡ । ଏହାର ଜବାବରେ ପାକିସ୍ତାନ ୪୩.୩ ଓଭରରେ ୨୪୪ ରନ କରି ଅଲଆଉଟ ହୋଇଯାଇଥିଲା । ପାକିସ୍ତାନ ପକ୍ଷରୁ ଆଗା ସଲମାନ ୫୧ ରନ କରିଥିବାବେଳେ ବାବର ଆଜମ ୩୮ ରନ ଓ ମହମ୍ମଦ ରିଜଓ୍ବାନ ୩୬ ରନ କରିଥିଲେ ।

ଏହି ମ୍ୟାଚରେ ଇଂଲଣ୍ଡ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଇଂଲଣ୍ଡ ପକ୍ଷରୁ ଜନି ବେୟାରଷ୍ଟୋ ଓ ଡାଓ୍ବିଡ୍ ମଲାନ ଭଲ ଆରମ୍ଭ କରିଥିଲେ । ମଲାନ ୩୧ ରନ କରିଥିବାବେଳେ ବେୟାରଷ୍ଟୋ ୫୯ ରନ କରିଥିଲେ । ଏହି ଦୁଇ ଓପନର ଆଉଟ ହେବା ପରେ ଆସିଥିବା ଜୋ ରୁଟ୍ ଓ ବେନ ଷ୍ଟୋକ୍ସ ଏକ ଭଲ ପାର୍ଟନରସିପ କରିବା ସହ ସ୍କୋରକୁ ଦ୍ରୁତ ଗତିରେ ଆଗେଇ ନେଇଥିଲେ । ରୁଟ୍ ୬୦ ଓ ଷ୍ଟୋକ୍ସ ୮୪ ରନ କରିଥିଲେ । ସେହିପରି ଜସ ବଟଲର ୨୭ରନ ଓ ହେରି ବ୍ରୁକ୍ସ ୩୦ ରନ କରିଥିଲେ । ଇଂଲଣ୍ଡ ୫୦ ଓଭରରେ ୯ ଓ୍ବିକେଟ ହରାଇ ୩୩୭ ରନ କରିଥିଲା । ପାକିସ୍ତାନ ପକ୍ଷରୁ ହାରିସ୍ ରୌଫ ୩ଟି ଓ୍ବିକେଟ ନେଇଥିବାବେଳେ ଶାହିନ ଆଫ୍ରିଦି ୨ଟି ଓ୍ବିକେଟ ନେଇଥିଲେ । ଇଫତିଖାର ଅହମ୍ମଦ ଗୋଟିଏ ଓ୍ବିକେଟ ନେଇଥିଲେ ।