ଟି-୨୦ ବିଶ୍ବକପ : ଇଂଲଣ୍ଡର ୪ର୍ଥ ବିଜୟ, ଶ୍ରୀଲଙ୍କାକୁ ୨୬ରନରେ ହରାଇଲା

ସାରଜା : ଚଳିତ ଟି-୨୦ ବିଶ୍ବକପରେ ଇଂଲଣ୍ଡ ନିଜର ଅପରାଜେୟ ରେକର୍ଡ ବଜାୟ ରଖିଛି । ଆଜି ନିଜର ୪ର୍ଥ ମ୍ୟାଚରେ ଇଂଲଣ୍ଡ ଶ୍ରୀଲଙ୍କାକୁ ୨୬ ରନରେ ପରାସ୍ତ କରିଛି । ଏହା ସହିତ ଦଳ ପାଇଁ ସେମିଫାଇନାଲରେ ପ୍ରବେଶ କରିବାର ରାସ୍ତା ପରିଷ୍କାର ହୋଇଛି ।

ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ଶ୍ରୀଲଙ୍କା ଆଗର ୧୬୪ରନର ବିଜୟ ଲକ୍ଷ୍ୟ ରଖିଥିଲା । ଏହାର ଜବାବରେ ଶ୍ରୀଲଙ୍କା ୧୯ ଓଭରରେ ୧୩୭ରନ କରି ଅଲଆଉଟ ହୋଇଯାଇଥିଲା । ଶ୍ରୀଲଙ୍କା ପକ୍ଷରୁ ଓ୍ବାନିଣ୍ଡୁ ହସରଙ୍ଗା ସର୍ବାଧିକ ୩୪ ରନ କରିଥିବାବେଳେ ଭାନୁକା ରାଜପକ୍ଷ ଓ ଦାସୁନ ସନକା ୨୬ ରନ ଲେଖାଏଁ କରିଥିଲେ ।

ଏହି ମ୍ୟାଚରେ ଶ୍ରୀଲଙ୍କା ଟସ ଜିତି ଇଂଲଣ୍ଡକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା । ଜସ ବଟଲର ମାତ୍ର ୬୭ ବଲରେ ୧୦୧ ରନ କରି ଚଳିତ ବିଶ୍ବକପର ପ୍ରଥମ ଶତକ ହାସଲ କରିଛନ୍ତି । ସେହିପରି ଇଅନ ମୋର୍ଗାନ ଦ୍ବିତୀୟ ସର୍ବାଧିକ ୪୦ ରନ କରିଥିଲେ । ଶ୍ରୀଲଙ୍କା ପକ୍ଷରୁ ହସରଙ୍ଗା ୩ଟି ଓ୍ବିକେଟ ନେଇଥିଲେ ।

ସମ୍ବନ୍ଧିତ ଖବର